ଘନ କେଶ ପାଇଁ ପରିବା ରସ

ଘନ କେଶ ପାଇଁ ପରିବା ରସ

ଘନ କେଶ ପାଇଁ ପରିବା ରସ
ଉଭୟ ମହିଳା ଓ ପୁରୁଷଙ୍କ ନିମନ୍ତେ କେଶ ସୌନ୍ଦର୍ଯ୍ୟ ନିତାନ୍ତ ଆବଶ୍ୟକ । ଏବର ପରିବେଶରେ କେଶ ଝଡ଼ିବା ଅକାଳରେ ପାଚିବା ଏକ ପ୍ରମୁଖ ସମସ୍ୟାରେ ପରିଣତ ହୋଇଛି । ଘରୋଇ ଉପଚାରରେ ଏ ସବୁର ସମାଧାନ ହୋଇପାରିବ । ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତରେ ପୁରାତନ ଯୁଗରେ ଉପଚାରରେ ହିଁ କେଶ ଚର୍ଚ୍ଚା କରାଯାଉଥିଲା । କେଶ ଅତ୍ୟଧିକ ଝଡ଼ୁଥିଲେ କିମ୍ବା କେଶର ଘନତ୍ୱ ବଢ଼ାଇବାକୁ ଚାହୁଁଥିଲେ ପିଆଜ ରସ ତୁଳାରେ ନେଇ କେଶ ମୂଳରେ ଲଗାନ୍ତୁ । ସପ୍ତାହରୁ ୨ ରୁ ୩ ଥର ଏପରି କରିବା ଉଚିତ । ଦୈନିକ ଖାଲି ପେଟରେ ସକାଳୁ ୧୦୦ ଗ୍ରାମ ଗାଜର ରସ ପିଇବା କେଶ ପାଇଁ ଏକ ଉତ୍ତମ ପାନୀୟ । ଏପରି କଲେ କେଶ ଲମ୍ବା ହେବା ସହ ଅକାଳରେ ପାଚି ନଥାଏ । କିଛି ଫଳକୁ ଗ୍ରାଇଣ୍ଡିଂ କରି କେଶରେ ଲଗାଇଲେ କେଶ ଘନ କଳା ହେବା ସହ ଝଡ଼େ ନାହିଁ । ନିୟମିତ ଭାବରେ ପାଳଙ୍ଗ ଶାଗ ଖାଇବା ସହ ଏହାର ରସକୁ କେଶ ଶାମ୍ପୁ କରିବା ପୂର୍ବରୁ ଲଗାନ୍ତୁ । କେଶକୁ ପ୍ରଦୂଷଣରୁ ରକ୍ଷା କରିବା ନିମନ୍ତେ ରସୁଣ ରସ ଲଗାଇ ୨୦ ମିନିଟ୍ ରଖନ୍ତୁ । ପରେ ଭଲ ଭାବରେ ଶାମ୍ପୁ କରି କେଶରେ ଦହି ଲଗାଇବା ଉଚିତ । ଘିକୁଆଁରୀ ରସ ମଧ୍ୟ କେଶ ଓ ତ୍ୱଚା ପାଇ ଭଲ ଭାବେ କାମ କରେ । ମେହେନ୍ଦି ପ୍ୟାକରେ ଏହି ରସ ବ୍ୟବହାର କରି କେଶରେ ୩୦ ମିନିଟ ପାଇଁ ଲଗାନ୍ତୁ । ସପ୍ତାହକୁ ଥରେ ଏହିପରି କଲେ କେଶର ଘନତ୍ୱ ବୃଦ୍ଧି ହୁଏ । ସହଜରେ ଉପଲବ୍ଧ ହେଉଥିବା ଧନିଆ ପତ୍ରକୁ ଛେଚି କେଶ ମୂଳରେ ଲଗାଇଲେ କେଶ ଝଡ଼ିବା କମ୍ ହୁଏ ।