୨୦୨୧-୨୨ କେନ୍ଦ୍ରୀୟ ବଜେଟ୍‌ : ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ମୋଟ ୬୪, ୧୮୦ କୋଟିର ବ୍ୟୟବରାଦ

୨୦୨୧-୨୨ କେନ୍ଦ୍ରୀୟ ବଜେଟ୍‌ : ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ମୋଟ ୬୪, ୧୮୦ କୋଟିର ବ୍ୟୟବରାଦ

୨୦୨୧-୨୨ କେନ୍ଦ୍ରୀୟ ବଜେଟ୍‌ : ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ମୋଟ ୬୪, ୧୮୦ କୋଟିର ବ୍ୟୟବରାଦ
୧. ପ୍ରାଥମିକ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ୬ ବର୍ଷରେ ୬୪୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ୨. ଜଳ ଜୀବନ ମିଶନ ପାଇଁ ୨.୮୭ ଲକ୍ଷ କୋଟି ଟଙ୍କାର ଘୋଷଣା ୩. ୪୨ଟି ସହରାଂଚଳରେ ବାୟୂ ପ୍ରଦୂଷଣକୁ ପ୍ରତିହତ କରିବା ପାଇଁ ୨୨୧୭ କୋଟି ଟଙ୍କା ଖର୍ଚ୍ଚ କରାଯିବ ୪. କରୋନା ଟିକା ପାଇଁ ୩୫ ହଜାର କୋଟି ଟଙ୍କାର ବ୍ୟୟବରାଦ ୫. ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ମୋଟ ୨.୨୩ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ । ଗତ ବର୍ଷ ଅପେକ୍ଷା ୧୩୭% ଅଧିକ । ୬. ନୂଆ ସ୍କା୍ରପେଜ ନୀତି : ବ୍ୟକ୍ତିଗତ ଯାନ କ୍ଷେତ୍ରରେ ୨୦ ବର୍ଷ ଓ ବାଣିଜି୍ୟକ ଯାନ କ୍ଷେତ୍ରରେ ୧୫ ବର୍ଷ । ଅର୍ଥାତ ଯାନ ଏତିକି ବର୍ଷର ହୋଇଥିଲେ ବ୍ୟବହାର ଯୋଗ୍ୟ ହେବ ନାହିଁ । ୭. ଜାତୀୟ ଭିତିଭୂମି ପାଇପଲାଇନରେ ୧ ଲକ୍ଷ କୋଟି ଟଙ୍କାର ୨୧୭ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି । ୮. ବିକାଶଶୀଳ ଆର୍ଥିକ ସଂସ୍ଥା ପାଇଁ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏନେଇ ଏକ ବିଲ ସଂସଦରେ ଆଗତ କରାଯିବ । ୯. ୩ ବର୍ଷ ମଧ୍ୟରେ ୭ଟି ଟେକ୍ସଟାଇଲ ପାର୍କ ସ୍ଥାପନ କରାଯିବ ୧୦. ପୁଞ୍ଜି ବ୍ୟୟ ପାଇଁ ୫.୫୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ୧୧. ରାସ୍ତା ଭିତିଭୂମିର ବିକାଶ ପାଇଁ ଅଧିକ ଅର୍ଥନୀତିକ କରିଡ଼ର ପ୍ରତିଷ୍ଠା କରାଯିବ ୧୨. ଚଳିତ ବର୍ଷ ୧୧ କିଲୋମିଟର ଜାତୀୟ ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ୧୩. ନିର୍ବାଚନକୁ ଆଖି ଆଗରେ ରଖି ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ଓ ଆସାମରେ ଜାତୀୟ ରାଜପଥ ପ୍ରକଳ୍ପ ସଂକ୍ରାନ୍ତରେ ଘୋଷଣା କରାଯାଇଛି । ୧୪. ପଶ୍ଚିମବଙ୍ଗ ପାଇଁ ୬୭୫ କିମି ଜାତୀୟ ରାଜପଥ ନିମନ୍ତେ ୨୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ୧୫. ରେଳବାଇ ପାଇଁ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ଘୋଷଣା କରାଯାଇଛି । ୧୬. ସରକାରୀ ବସ ପାଇଁ କେନ୍ଦ୍ର ସରକାର ଦେବେ ୧୮ ହଜାର କୋଟି ଟଙ୍କା ୧୭. ହାଇଡ୍ରୋଜେନ ଏନର୍ଜି ମିଶନ ସଂକ୍ରାନ୍ତରେ ଅର୍ଥମନ୍ତ୍ରୀଙ୍କ ଘୋଷଣା । ଗ୍ରୀନ ପାୱାର ଉତ୍ସରୁ ହାଇଡ୍ରୋଜେନ ଉପôାଦନ ପାଇଁ ଘୋଷଣା । ୧୮. ବନ୍ଦରର ବିକାଶ ପାଇଁ ପିପିପି ମୋଡ଼ରେ ୭ଟି ପ୍ରକଳ୍ପ ପାଇଁ ୨ ହଜାର କୋଟିର ବ୍ୟୟବରାଦ ୧୯. ଜାପାନ ଓ ଇଉରୋପରୁ ଭାରତକୁ ଅଧିକ ଜାହାଜ ଆସିବା ପାଇଁ ଯୋଜନା ୨୦. ଶକ୍ତିକ୍ଷେତ୍ର ପାଇଁ ୩ ଲକ୍ଷ ୫ ହଜାର କୋଟିର ବ୍ୟୟବରାଦ