ଧାରଣାରେ ଏଚପିସିଏଲ ଟରମିନାଲ ପରିସରରେ ଟ୍ୟାଙ୍କର ଚାଳକ

ଧାରଣାରେ ଏଚପିସିଏଲ ଟରମିନାଲ ପରିସରରେ ଟ୍ୟାଙ୍କର ଚାଳକ

ବୁଧବାର ପୂର୍ବଉପକୂଳ ଶ୍ରମିକସଙ୍ଘ ତରଫରୁ ପାରାଦୀପ ଏଚପିସିଏଲ ଟରମିନାଲ ପରିସରରେ ଟ୍ୟାଙ୍କର ଚାଳକ ମାନଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି l ଶ୍ରମିକନେତା ପ୍ରକାଶ ତ୍ରିପାଠୀଙ୍କ ନେତୃତ୍ୱରେ ଆୟୋଜିତ ଏହି ସାଧାରଣସଭାରେ ଶତାଧିକ ଟ୍ୟାଙ୍କର ଚାଳକଙ୍କ ସହିତ ସଙ୍ଘର କାର୍ଯ୍ୟକର୍ତା ମାନେ ଯୋଗଦେଇଥିଲେ l ଗତ ଦୁଇଦିନ ତଳେ କିଛି ଟ୍ୟାଙ୍କର ଚାଳକ ମିଥ୍ୟା ଅଭିଯୋଗ ଆଣି ଏଚପିସିଏଲ ଟରମିନାଲ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିବା ସହିତ, ବେଆଇନ ଭାବରେ ଚାନ୍ଦା ଆଦାୟ କରାଯାଉଥିବା ନେଇ ଆଣିଥିବା ଅଭିଯୋଗକୁ ଦୃଢ ନିନ୍ଦା କରିଛନ୍ତି ଶ୍ରମିକ ନେତା ପ୍ରକାଶ ତ୍ରିପାଠୀ l ପାରାଦୀପର ତିନିଗୋଟି ତୈଳଟରମିନାଲରୁ ଓଡ଼ିଶାର କୋଣ ଅନୁକୋଣକୁ ତୈଳ ସପ୍ଲାଇ କରାଯାଉଛି l  ଯେଉଁଥିରେ ପ୍ରମୁଖ ଭୂମିକା ରହିଛି ଟ୍ୟାଙ୍କର ଚାଳକଙ୍କର l ତେଲ ଲୋଡ଼କରି ଯିବା ସମୟରେ ରାଜରାସ୍ତାରେ ଅନେକ ଘଟଣା, ଦୁର୍ଘଟଣା ଘଟିବା ସହିତ ଚାଳକମାନେ ଏହାଦ୍ୱାରା କ୍ଷତିଗ୍ରସ୍ତ ହେଉଛନ୍ତି l ଯାହାକୁ ନେଇ ଟ୍ୟାଙ୍କର ଚାଳକମାନେ ନିଜର ଭବିଷ୍ୟତକୁ ଦୃଷ୍ଟିରେ ରଖି ଶ୍ରମିକ ସଂଗଠନର ଦ୍ୱାରସ୍ଥ ହେବା ସହିତ ଗାଡିପିଛା 30 ଟଙ୍କା ଆଦାୟ କରି ଏକ କଲ୍ୟାଣପାଣ୍ଠି ସହାୟତାରେ, ରାସ୍ତାରେ ଦୁର୍ଘଟଣାଗ୍ରସ୍ଥ ହେଉଥିବା ଡ୍ରାଇଭରର ପରିବାରକୁ ପ୍ରଦାନ କରିବାକୁ ସହମତି ସୂତ୍ରରେ ଆଦାୟ କରାଯାଉଥିବା ଅର୍ଥକୁ ନେଇ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଅଯଥାରେ ଚାନ୍ଦା ଆଦାୟ ଭଳି ମିଥ୍ୟାଅଭିଯୋଗ ଆଣୁଥିବା ନେଇ ଶ୍ରମିକ ସଙ୍ଘ ଓ ଟ୍ୟାଙ୍କର ଚାଳକ ମାନେ ଅଭିଯୋଗ ଆଣିଛନ୍ତି l ଏ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବା ସହିତ ଯଦି ଆଗାମୀ ଦିନରେ ଚାଳକମାନଙ୍କ ସ୍ୱାର୍ଥରେ ବାଧା ସୃଷ୍ଟି କରିବା ଏବଂ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାର ଯଦି ନଜର ଆସେ ତେବେ ଏ ନେଇ ଆଇନର ଆଶ୍ରୟ ନିଆଯିଵା ସହିତ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରମିକ ସଙ୍ଘ ତରଫରୁ ଚେତାବନୀ ଦିଆଯାଇଛି l