ଅର୍ଥମନ୍ତ୍ରୀ ଭାବେ ସର୍ବାଧିକ ୧୦ ଥର ବଜେଟ ଆଗତ କରିଛନ୍ତି ମୋରାରଜୀ ଦେଶାଇ

ଅର୍ଥମନ୍ତ୍ରୀ ଭାବେ ସର୍ବାଧିକ ୧୦ ଥର ବଜେଟ ଆଗତ କରିଛନ୍ତି ମୋରାରଜୀ ଦେଶାଇ

ଅର୍ଥମନ୍ତ୍ରୀ ଭାବେ ସର୍ବାଧିକ ୧୦ ଥର ବଜେଟ ଆଗତ କରିଛନ୍ତି ମୋରାରଜୀ ଦେଶାଇ
ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ଭାବେ ସର୍ବାଧିକ ୧୦ ଥର ବଜେଟ ଆଗତ କରିଛନ୍ତି ମୋରାରଜୀ ଦେଶାଇ । ତାଙ୍କ ଏପର୍ଯ୍ୟନ୍ତ ବି ଅତୁଟ ରହିଛି । ସେହିପରି ମନମୋହନ ସିଂହ ଅର୍ଥମନ୍ତ୍ରୀ ଭାବେ ସର୍ବାଧିକ ୧୮୬୫୦ ଶବ୍ଦର ବଜେଟ ଉପସ୍ଥାପିତ କରି ରେକଡର଼୍ ସୃଷ୍ଟି କରିଥିଲେ । ୧୯୯୧ରେ ସେ ଏହି ବଜେଟ ଉପସ୍ଥାପିତ କରିଥିଲେ । ସେହିପରି ପି. ଚିଦାମ୍ବରମ ୯ଥର, ପ୍ରଣବ ମୁଖାର୍ଜୀ ୮ ଥର ବଜେଟ ଉପସ୍ଥାପିତ କରିଥିଲେ । ଅପରପକ୍ଷରେ ଡକ୍ଟର ମନମୋହନ ସିଂହ ୬ ଥର, ଯଶୋବନ୍ତ ସିହ୍ନା ୬ ଥର, ସିଡ଼ି ଦେଶମୁଖ, ୱାଇବି ଚଭବନ ଓ ଅରୁଣ ଜେଟଲୀ ୫ ଥର ଲେଖାଏଁ ବଜେଟ ଉପସ୍ଥାପିତ କରିଛନ୍ତି । ଅପରପକ୍ଷରେ ଟିଟି କୃଷ୍ଣମାଚାରୀ ୪, ରାମସ୍ୱାମୀ ଭେଙ୍କଟରମନ ୩ ଓ ଏଚଏମ ପଟେ ୩ ଥର ବଜେଟ ଉପସ୍ଥାପନ କରିଥିବାବେଳେ ଜନ ମାଥାଇ, ଇନ୍ଦିରା ଗାନ୍ଧୀ, ସି ସୁବ୍ରମଣ୍ୟମ, ଭିପି ସିଂହ, ନିର୍ମଳା ସୀତାରମନ ଓ ଆରକେ ସାନମୁଖମ ଚେଟ୍ଟି ଦୁଇ ଥର ଲେଖାଏଁ ବଜେଟ ଉପସ୍ଥାପିତ କରିସାରିଛନ୍ତି । ନିର୍ମଳା ଆଜି ତୃତୀୟ ଥର ପାଇଁ ବଜେଟ ଉପସ୍ଥାପିତ କରିବେ । ଏହାଛଡ଼ା ଜବାହାରଲାଲ ନେହେରୁ, ସଚ୍ଚିନ୍ଦ୍ର ଚୌଧୁରୀ, ଚରଣ ସିଂହ, ରାଜୀବ ଗାନ୍ଧୀ, ଏନଡ଼ି ତିୱାରୀ, ଏସବି ଚଭନ, ମଧୁ ଦଣ୍ଡବତେ ଓ ପୀୟୂଷ ଗୋଏଲ ଥରେ ଲେଖାଏଁ ବଜେଟ ଉପସ୍ଥାପନ କରିଛନ୍ତି ।