ଦେହ ପରମାଣୁ ତନ୍ତ୍ର

ଦେହ ପରମାଣୁ ତନ୍ତ୍ର

ଦେହ ପରମାଣୁ ତନ୍ତ୍ର
ଶରୀରରେ ଏମାନଙ୍କ ସଂଖ୍ୟା ଅଗଣିତ । ଏମାନଙ୍କ ଭିତରେ ଜୀବନର ସବୁ ବିଶେଷତା ବିଦ୍ୟମାନ । ଚେତନା, ସମ୍ବେଦନା, ବୃଦ୍ଧି, ଚଳନ, ପାଚନ, ଶ୍ୱସନ, ରେଚନ ଆଦି ଜୀବନଧାରଣର ସମସ୍ତ ଲକ୍ଷଣ ଦେହପରମାଣୁରେ ସବୁବେଳେ ଚାଲୁଥାଏ । ମାତ୍ର ଏଗୁଡ଼ିକର ସଂରଚନା ଅତ୍ୟନ୍ତ ଜଟିଳ । ଶରୀରରେ ନିଜ ଅବସ୍ଥିତି ଓ କାର୍ଯ୍ୟ ଅନୁଯାୟୀ ଏମାନଙ୍କ ଗୁଣ ଓ ଆକୃତି ପରିମାଣ ଭିନ୍ନ ଭିନ୍ନ ହୋଇଥାଏ । ସମାନ ରୂପ ଓ କାମ କରୁଥିବା ଦେହର ପରମାଣୁ ଏକାଠି ହୋଇ ଉତକ ବା ଧାତୁ (ଟିସୁ) ନିର୍ମାଣ କରନ୍ତି । ଆମ ଦେହର ବିଶେଷ କାର୍ଯ୍ୟକାରୀ ଅଂଶ (ଅର୍ଗାନ) ବା ଅବୟବଗୁଡ଼ିକ ଉତକମାନେ ଏକାଠି ହୋଇ ତିଆରି କରନ୍ତି । ସମାନ କାର୍ଯ୍ୟରେ ନିୟୋଜିତ ଅବୟବସମୂହ ପରସ୍ପରକୁ ସାହାଯ୍ୟ କରି ଶରୀରର ବିଭିନ୍ନ ତତ୍ତ୍ୱ (ସିଷ୍ଟମ) ମାନଙ୍କୁ ନିର୍ମାଣ କରନ୍ତି । ନିଜ ପିଣ୍ଡ ବ୍ରହ୍ମାଣ୍ଡର ଶରୀର ତନ୍ତ୍ରକୁ ଟିକିନିଖି ବୁଝି ଏହାର ମୂଳ ଅବ୍ୟକ୍ତ ଉତ୍ସବକୁ ଅନୁଭବ କରିବାର ପ୍ରଚେଷ୍ଟା ହେଉଛି ପ୍ରକୃତ ତନ୍ତ୍ର ସାଧନ ।