ଜିନିଷକୁ ସୁରକ୍ଷିତ ତଥା ସଂରକ୍ଷିତ ରଖିବା ପାଇଁ କିଛି ଖାସ ଉପାୟ
ଜିନିଷକୁ ସୁରକ୍ଷିତ ତଥା ସଂରକ୍ଷିତ ରଖିବା ପାଇଁ କିଛି ଖାସ ଉପାୟ
admin
Feb 6, 2021 - 12:05
Updated: Feb 6, 2021 - 12:05
ଗୃହିଣୀମାନେ ସାମାନ୍ୟ ଆଇଡିଆ ବ୍ୟବହାର କରି ବିଭିନ୍ନ ଜିନିଷକୁ ସୁରକ୍ଷିତ ତଥା ସଂରକ୍ଷିତ ରଖିପାରିବେ । ଚାଲନ୍ତୁ ଜାଣିବା ସେମିତି କିଛି ଖାସ ଉପାୟ ।
ଯେଉଁମାନଙ୍କ ଘରେ ଛୋଟ ଫି୍ରଜ ଥାଏ ସେମାନେ ଡ୍ରାଏଫ୍ରୁଟସଗୁଡ଼ିକୁ ôଫି୍ରଜରେ ରଖିପାରନ୍ତି ନାହିଁ । ଫଳରେ ବାହାରେ ରଖିବା ଦ୍ୱାରା ପ୍ରାୟ ସମୟରେ ଆଲମଣ୍ଡ, ପିସ୍ତା ଭଳି ବାଦାମ ଜାତୀୟ ଡ୍ରାଏଫ୍ରୁଟସରେ ପୋକ ଲାଗି ଯାଇଥାନ୍ତି । ଡ୍ରାଏ ଫ୍ରୁଟସ ବାହାରେ ଡବାରେ ରଖୁଥିଲେ । ସେହି ଡବାରେ ୨/୪ଟି ଫୁଲ ଲାଗିଥିବା ବେଳେ ଲବଙ୍ଗ ପକାଇ ଦିଅନ୍ତୁ । ଆଉ ପୋକ ଲାଗିବ ନାହିଁ ।
କେତେକ ଜିନିଷ କିଣିବା ସମୟରେ ତା ଭିତରେ ଆମକୁ ସିଲିକନ ପାଉଚ ମିଳିଥାଏ । ଏହି ସିଲିକନର କାମ ହେଉଛି ମଏଶ୍ଚରଜରକୁ ଶୁଖାଇବା । ଏହାକୁ ସଂଗ୍ରହ କରି ରଖନ୍ତୁ । ବର୍ଷା ଦିନେ ଘରେ ରଖାଯାଇଥବା ପାମ୍ପଡ ପ୍ରାୟତଃ ଓଦାଳିଆ ଲାଗିଥାଏ । ପାମ୍ପଡ ରଖୁଥିବା ଡବାରେ ୨/୩ଟି ସିଲିକନ ପାଉଚ ପକାଇ ଦିଅନ୍ତୁ । ପାମ୍ପଡରେ ଆଉ ମଏଶ୍ଚର ହେବନି ।
ପ୍ରାୟତଃ ବର୍ଷାଦିନେ ଚାଉଳ ଓଦାଳିଆ ଲାଗିବା ସହ ଛୋଟ ଛୋଟ ପୋକ ଲାଗି ଯାଇଥାନ୍ତି । ଯଦି ଏପରି ହେଉଥାଏ, ତେବେ ଚାଉଳ ରଖିଥିବା ଡବାରେ ୨/୪ଟି ଗୋଟା ତେଜପତ୍ର ପକାଇ ଦିଅନ୍ତୁ । ଆଉ ପୋକ ଲାଗିବନି ।
ବିଶେଷତଃ ବର୍ଷାଦିନେ ଅଧିକ ମାତ୍ରାରେ ଲାଲ ଲଙ୍କାଗୁଣ୍ଡ ରଖୁଥିଲେ । ପ୍ରଥମେ ଏହାକୁ ଏୟାର ଟାଇଟ ରଖନ୍ତୁ । ତା’ପରେ ସେହି ଏୟାର ଟାଇଟ ଡବାରେ ୨/୪ଟି ତେଜପତ୍ର ପକାଇ ଦିଅନ୍ତୁ । ଦେଖିବେ ଆଉ ଲଙ୍କାଗୁଣ୍ଡ ଗୋଟା ଗୋଟା କିମ୍ବା ଓଦାଳିଆ ହେବ ନାହିଁ ।
ପ୍ରାୟତଃ ବର୍ଷା ଦିନେ ଆଲମିରା ଓ ଫି୍ରଜରୁ ଅଜବ ବାସ୍ନା ବାହାରିଥାଏ । ଏହାକୁ ଦୂର କରିବା ପାଇଁ ଏକ ଛୋଟ ପାତ୍ରରେ ଖାଇବା ସୋଢ଼ା ରଖି ଆଲମିରା ଓ ଫି୍ରଜରେ ରଖି ଦିଅନ୍ତୁ । ଦେଖିବେ ଆଉ କିଛି ଗନ୍ଧ ବାହାରିବ ନାହିଁ ।