ଚାଷୀକୁ ମିଳୁନି ପାଣି, ଶିଳ୍ପ ଶୋଷି ନେଉଛି, ଚାଷ ବଞ୍ଚାଇବା ପାଇଁ ଏକାଠି ହେଉଛନ୍ତି ଚାଷୀନେତା

ଚାଷୀକୁ ମିଳୁନି ପାଣି, ଶିଳ୍ପ ଶୋଷି ନେଉଛି, ଚାଷ ବଞ୍ଚାଇବା ପାଇଁ ଏକାଠି ହେଉଛନ୍ତି ଚାଷୀନେତା

ପଶ୍ଚିମ ଓଡିଶା କୃଷକ ସଂଗଠନ ପକ୍ଷରୁ ୨୦୦୬ ମସିହାରେ ହୀରାକୁଦ ପାଣି ପାଇଁ ବିରାଟ ଆନ୍ଦୋଳନ କରାଯାଇଥିଲା । ଏହା ସହ ଜମାଦାରପାଲି ଏୟାର ଷ୍ଟ୍ରିପ ପାଖରେ ପାଚେରୀ ନିର୍ମାଣ କରି କମ୍ପାନୀକୁ ପାଣି ଦେବାକୁ ବି ବିରୋଧ କରିଥିଲା ସଂଗଠନ । ଆଉ ଏହି ବିରୋଧ ଏତେ ତୀବ୍ର ଥିଲା ଯେ ସେହି ସମୟରେ ବେଦାନ୍ତ କମ୍ପାନୀ ମଧ୍ୟ ଜମାଦାର ପାଲି ଏୟାରଷ୍ଟ୍ରିପରୁ ପାଣି ନେଇ ପାରି ନଥିଲା କ୍ଷ ସେହି ଐତିହାସିକ ଦିନକୁ ମନେ ପକେଇ ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନର ଅନେକ ଚାଷୀ, ସେହି ସ୍ଥାନରେ ଏକତ୍ରିତ ହୋଇ ଚାଷୀ ଏକ ବୈଠକ କରିଛନ୍ତି କ୍ଷ ଆଜି ବି ସରକାର ଚାଷୀକୁ ଅବହେଳା କରୁଥିବା ବୋଲି ଚାଷୀ ନେତାମାନେ ଅଭିଯୋଗ ଆଣିଛନ୍ତି କ୍ଷ ଶିଲ୍ପାନୁଷ୍ଠାନମାନଙ୍କୁ ସରକାର ଅଧିକ ପାଣି ଯୋଗାଉଛନ୍ତି, ଶିଲ୍ପକୁ ହୀରାକୁଦ ପାଣି ବାରଣ ନେଇ ସରକାରଙ୍କ ପ୍ରତିଶୃତି ପରେ ବି ଫେଲ ମାରିଛି ପ୍ରତିଶ୍ରୁତି । ସେହି ସମୟରେ ଏହା ରାଜ୍ୟ ରାଜନିତିରେ ହଇଚଇ ସୃଷ୍ଟି କରିଥିଲା । ଜଳଭଣ୍ତାରର ପାଣି ନ ଦେଵାପାଇ "ଚାଷୀର ରେଖା" ନାମରେ ସମାନ୍ତରାଳ ଭାବେ ଏକ ରେଖା ନିମାଣ କରିଥିଲେ ଚାଷୀ । ଶିଳ୍ପାନୁଷ୍ଠାନ ବନ୍ଧ ପାଣି ନେଲେ ପରିଣାମ ଭୟାଭୟ ହେବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି । 

ସେହି ସମୟରେ ମୁଖ୍ୟମନ୍ତ୍ରୀ ନିଜେ ଚାଷୀ ସହ ଆଲୋଚନ କରି ଶିଲ୍ପାନୁଷ୍ଠାନକୁ ପାଣି ନଦେବା ପାଇ ପ୍ରତିଶୃତି ଦେଇଥିଲେ । ହେଲେ ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିଶୃତି ପରେ ମଧ୍ୟ ‘ଚାଷୀର ରେଖା ପାଚେରୀ’କୁ ଅଣଦେଖା କରି ଅଧିକ ପରିମାଣରେ ଶିଲ୍ପାନୁଷ୍ଠାନକୁ ଜଳ ଯୋଗାଉନ୍ତି ରାଜ୍ୟ ସରକାର । ହୀରକୁଦ ନଦୀବନ୍ଧ ମୁଖ୍ୟ ଉଦ୍ଦେଶ ଥିଲା ଯେ ତଲିଆ ଅଂଚଳରେ ବନ୍ୟା ନିୟନ୍ତ୍ରଣ, ଚାଷକୁ ଜଳସେଚନ ଓ ବିଜୁଲି ଉତ୍ପାଦନ । ହେଲେ ତାହା ବାସ୍ତବରେ ତାହା ଓଲଟା ହୋଇ ଶିଲ୍ପାନୁଷ୍ଠାନକୁ ଅଧିକ ପାଣି ଯୋଗାଉଛନ୍ତି ସରକାର । ଗତ ୧୦ ବର୍ଷରେ ୧୦୦ କ୍ୟୁସେକ ଅଧିକ ଜଳ ଶିଲ୍ପାନୁଷ୍ଠନାକୁ ଯାଇଛି । ମୋଟ ୧୩ ଟି ଶିଳ୍ପାନୁଷ୍ଠାନ ୧୦ ବର୍ଷ ପୁର୍ଵରୁ ୨୦୦.୫୪୨ କ୍ୟୁସେକ ଜଳ ନେଇଥବା ବେଳେ ଏବେ ତାହା ୩୦୮ କ୍ୟୁସେକ ଜଳ ନେଉଛି ।