କୋଭିଡକୁ ପ୍ରତିରୋଧ କରିବ ଚା’

କୋଭିଡକୁ ପ୍ରତିରୋଧ କରିବ ଚା’

କୋଭିଡକୁ ପ୍ରତିରୋଧ କରିବ ଚା’
ନୂଆଦିଲ୍ଳୀ: ମହାମାରୀ କୋଭିଡ-୧୯ର ମୁକାବିଲା ପାଇଁ ଏକ ସଫଳ ଟିକା କିମ୍ବା ପ୍ରଣାଣସିଦ୍ଧ ଉପଚାର ପଦ୍ଧତି ନିକଟ ଭବିଷ୍ୟତରେ ମିଳିବାର ଆଶା କମ୍‍ ଥିବାରୁ ଅନେକ ଚିକିତ୍ସା ବିଜ୍ଞାନୀ ପାରମ୍ପରିକ ଆୟୁର୍ବେଦ ବା ଚେରମୂଳିକୁ ମହୌଷଧି ଭାବେ ବିଚାର କରୁଛନ୍ତି । ଏହି କ୍ରମରେ ହିମାଚଳ ପ୍ରଦେଶର କାଙ୍ଗ୍ରା ଜିଲ୍ଲାରେ ଉପôନ୍ନ ହେଉଥିବା ଏକ ବିଶେଷ ଧରଣର ଚା’ରେ ନିହିତ ଥିବା ରାସାୟନିକ ପଦାର୍ଥ ମନୁଷ୍ୟ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବା ସହ ଅଭିନବ କରୋନା ଭୂତାଣୁ ସାର୍ସ-କୋଭ-୨ର କ୍ରିୟାଶୀଳତାକୁ ମଧ୍ୟ ଯଥେଷ୍ଟ କମାଇପାରିବ ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି । ଏପରିକି କୋଭିଡ ଚିକିତ୍ସା ପାଇଁ କେହି କେହି ପ୍ରୟୋଗ କରୁଥିବା ଏଚଆଇଭି ପ୍ରତିରୋଧୀ ଔଷଧଠାରୁ ମଧ୍ୟ କାଙ୍ଗ୍ରା ଚା’ ଅଧିକ ଉପାଦେୟ ବୋଲି ସେମାନେ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି । ସୂଚନା ଥାଉ କି, କରୋନା ଭୂତାଣୁ ବିରୋଧରେ ଚାଲିଥିବା ଲଢେ଼ଇ ପରିପ୍ରେକ୍ଷୀରେ ଭାରତ ସରକାର କୌଣସି ଉଦ୍ୟମକୁ ହାତଛଡ଼ା କରୁନାହାନ୍ତି ସମ୍ଭାବ୍ୟ ଟିକାଟିଏ ବାହାର କରିବା ପାଇଁ ବିଭିନ୍ନ ପ୍ରତିଷ୍ଠାନ ଓ ଔଷଧ କମ୍ପାନୀକୁ ସରକାର ପ୍ରୋତ୍ସାହିତ କରୁଥିବା ବେଳେ ଏଣେ ପାରମ୍ପରିକ ଚେରମୂଳି ଚିକିତ୍ସାକୁ ମଧ୍ୟ ପ୍ରାଧାନ୍ୟ ଦେଉଛନ୍ତି । କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ଲାଗି କେନ୍ଦ୍ର ଆୟୁର୍ବେଦ-ଯୋଗ-ୟୁନାନି-ହୋମିଓପାଥି (ଆୟୁଷ) ବିଭାଗ ପକ୍ଷରୁ ୪ ପ୍ରକାର ପାରମ୍ପରିକ ଚେରମୂଳି (ଆୟୁର୍ବେଦ) ଔଷଧର ପ୍ରୟୋଗ ଉପରେ ପରୀକ୍ଷା ନିରୀକ୍ଷା ଜାରି ରହିଛି । ଭାରତର ବିଜ୍ଞାନ ଓ ଉଦ୍ୟୋଗ ଗବେଷଣା ପରିଷଦ (ସିଏସଆଇଆର) ସହ ମିଶି ଆୟୁଷ ମନ୍ତ୍ରଣାଳୟ ହାତକୁ ନେଇଥିବା ଏହି ଚେରମୂଳିଗୁଡ଼ିକ ହେଲା ଅଶ୍ୱଗନ୍ଧା, ଯଷ୍ଟିମଧୁ, ଗୁଡୁଚି-ପିନ୍ନଳି ଏବଂ ଆୟୁଷ ୬୪ । ଏସବୁର ଫଳାଫଳ ଆଗାମୀ ତିନି ମାସ ଭିତରେ ଆସିଯିବ ବୋଲି ଆଶା କରାଯାଉଥିବା ବେଳେ ଏବେ ଅନ୍ୟତମ ଚେରମୂଳି ବା ଗୁଳ୍ମ କାଙ୍ଗ୍ରା ଚା’ର ଔଷଧୀୟ ଗୁଣକୁ କରୋନା ଭୂତାଣୁ ବିରୋଧରେ ଖଟାଇବା ପାଇଁ ଅନେକ ପ୍ରସ୍ତାବ ରଖିଛନ୍ତି । ଏଥିରେ ଥିବା ପଲିଫିନଲ୍ସ ନାମକ ଜୈବିକ ରସାୟନ ଆମର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ କରୋନା ଭୂତାଣୁ ପ୍ରତିରୋଧ କରିବାରେ ସକ୍ଷମ ହେବ ବୋଲି ଅନେକ ଭରସା କରୁଛନ୍ତି ।