କେଶର ଯତ୍ନ

କେଶର ଯତ୍ନ

କେଶର ଯତ୍ନ
ଅନ୍ୟ ଋତୁ ପରି ଶୀତରେ କେଶର ମଧ୍ୟ ଭଲ ଭାବେ ଯତ୍ନ ନେବାକୁ ପଡ଼ିଥାଏ । ଯେପରି ବର୍ଷାଦିନେ କେଶ ବର୍ଷା ପାଣିରେ ଓଦରା ହେଲେ ରୁପି ସମସ୍ୟା ଉପୁଜେ, ସେହିପରି ଶୀତରେ ମଧ୍ୟ ରୁପି ଓ କେଶଝଡ଼ା ସମସ୍ୟା ମୁଖ୍ୟ ସମସ୍ୟା । ଏଥିରୁ ରକ୍ଷା ପାଇବାକୁ ହେଲେ ଅର୍ଗାନିଜ ତଥା ନୋ କେମିକାଲ ଶାମ୍ପୁ ବ୍ୟବହାର କରନ୍ତୁ । ଏ ବାବଦରେ ଆପଣ ଇଣ୍ଟରନେଟରୁ ସବିଶେଷ ତଥ୍ୟ ପାଇପାରିବେ । ଏସବୁ ଶାମ୍ପୁ ଅଧିକ ଦାମୀ ମଧ୍ୟ ନୁହେଁ । ପ୍ରତି ୨ ଦିନରେ ଥରେ କେଶମୂଳରେ ଦହି କିମ୍ବା କଞ୍ଚା ଖିର ଲଗାଇବେ । ଏହା କେଶଝଡ଼ାରୁ ରକ୍ଷା କରିବା ସହ କେଶର ଘନତ୍ୱ ବଢ଼ାଇଥାଏ । ଗରମ ପାଣିରେ ଟାୱେଲକୁ ବୁଡାଇ ଭଲ ଭାବେ ଚିପୁଡ଼ି କେଶରେ ବାମ୍ଫ ଦିଅନ୍ତୁ । ହେୟାର ଡ୍ରାୟାର ପରିବର୍ତ୍ତେ ସାଧାରଣ ଭାବେ କେଶ ଶୁଖାଇବା ମଧ୍ୟ କେଶ ଉପରେ ଉତ୍ତମ ପ୍ରଭାବ ପକାଇଥାଏ ।