ନେହା କକ୍କରଙ୍କ ପୂର୍ବତନ ପ୍ରେମିକ ହିମାଂଶୁ କୋହଲିଙ୍କ ଦୁଃଖ
ନେହା କକ୍କରଙ୍କ ପୂର୍ବତନ ପ୍ରେମିକ ହିମାଂଶୁ କୋହଲିଙ୍କ ଦୁଃଖ
admin
Jun 9, 2021 - 10:05
Updated: Jun 9, 2021 - 10:05
ଠିକ୍ କୁହାଯାଏ ଭଙ୍ଗା ସମ୍ପର୍କକୁ ବାରମ୍ବାର ଏକାଠି ରଖିବାକୁ ଚେଷ୍ଟା କରିବା ନିଜକୁ ଜାଳିବା ସହ ସମାନ । ସମ୍ପର୍କରେ ରହିବା ବିମଦଜନକ ନୁହେଁ । ବରଂ ସେଥିରୁ ବାହାରିଯିବା ଯନ୍ତ୍ରଣାଦାୟକ ଅଟେ । ହଠାତ୍ ସମ୍ପର୍କ ଭାଙ୍ଗିଯିବା, କିମ୍ବା ବ୍ରେକଅପ୍ ହେବା ଗ୍ରହଣ କରିବା ସହଜ ହୋଇନଥାଏ । ଏବଂ କିଛି ଲୋକ ଏଥିପାଇଁ ନିଜକୁ ଦୋଷ ଦେଇଥାନ୍ତି । ନିଜ ସମ୍ପର୍କକୁ ନେଇ ନେସ୍ନାଲ ଟେଲିଭିଜନରେ ନିଜର ଯନ୍ତ୍ରଣା ବ୍ୟକ୍ତ କରିଥିଲେ ବଲିଉଡର ଗାୟିକା ନେହା କକ୍କର । ତେବେ ସେହି ସମୟରେ ହିମାଂଶୁ କୋହଲିିି କୌଣସି ପ୍ରକାର ଅଭିଯୋଗ କରିନଥିଲେ । କିନ୍ତୁ ବତ୍ତର୍୍ମାନ ସେ ତାଙ୍କ ବ୍ରେକଅପ୍ ଉପରେ କିଛି ଏମିତି କହିଛନ୍ତି ଯାହା ହୃଦୟ ବିଦାରକମାନଙ୍କୁ ସେମାନଙ୍କ ଭୁଲ ଜଣାଇଦେବ । ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ଏହା ମୋର ବ୍ରେକଅପ ଥିଲା, ମୋ ସହ ଯାହା ଘଟିଛି ତାହା ମୁଁ ଜଣାଇବାକୁ ଚାହୁଁନି କି ନେହାଙ୍କୁ କୌଣସି ଦୋଷ ଦେବାକୁ ଚାହୁଁନି । ସେ ଖୁସିର ଜୀବନ ବିତାଉଥିବାରୁ ମୁଁ ବହୁତ ଖୁସି । ଆହୁରି ମଧ୍ୟ କହିଛନ୍ତି ସେ ଯଦି କିଛି ଭୁଲ କରିଥାନ୍ତେ ସେ ଶାନ୍ତିରେ ଶୋଇ ପାରିନଥାନ୍ତେ । ସେ ସମୟରେ ସେ ନିରାଶ ହୋଇଥିଲେ ଓ ରାଗିଥିଲେ । କିନ୍ତୁ ସୋସିଆଲ୍ ମିଡିଆରେ କିଛି ପୋଷ୍ଟ କରିନାହାଁନ୍ତି ବୋଲି କହିଛନ୍ତି । କିଛି ଲୋକ ବ୍ରେକଅପକୁ ଅତୀତ ଭାବେ ଗ୍ରହଣ କରି ଆଗକୁ ବଢନ୍ତି । ଆଉ କିିଛି ଲୋକ ତାଙ୍କ ଏକ୍ସକୁ ଦାୟୀ କରନ୍ତି ଯାହା ସମ୍ପୂର୍ଣ୍ଣ ରୂପେ ଭୁଲ । ବ୍ରେକଅପ୍ ରେ ଉଭୟ ପକ୍ଷର ଭୁଲ ରହିଥାଏ । ସମ୍ପର୍କକୁ ଜଟିଳ କରିବା ଓ ବ୍ରେକଅପକୁ ନେଇ ନିଜ ଜୀବନ ଉପରେ ପ୍ରଭାବ ପକାଇବା ଠିକ୍ ନୁହେଁ । ଏହା ସହିତ ସେ କହିଛନ୍ତି ଯେ ନେହାଙ୍କ ପ୍ରତି ତାଙ୍କର ସାମାନ୍ୟ ପ୍ରେମ ଅଛି କିନ୍ତୁ ଘୃଣା ନାହିଁ । ସେ ମଧ୍ୟ କହିଛନ୍ତି ବ୍ରେକଅପ କେବଳ ସମ୍ପର୍କକୁ ନଷ୍ଟ କରେନାହିଁ ବରଂ ଦୁହିଁଙ୍କ ଭିତରେ ଥିବା ପବିତ୍ର ବନ୍ଧୁତାକୁ ମଧ୍ୟ ନଷ୍ଟ କରିଦିଏ ।