୧୪ ବର୍ଷରେ ଯୌନ ଶୋଷଣର ଶିକାର ହୋଇଥିଲେ ଇରା

୧୪ ବର୍ଷରେ ଯୌନ ଶୋଷଣର ଶିକାର ହୋଇଥିଲେ ଇରା

୧୪ ବର୍ଷରେ ଯୌନ ଶୋଷଣର ଶିକାର ହୋଇଥିଲେ ଇରା
ଅଭିନେତା ଅମିର ଖାନଙ୍କ ଝିଅ ଇରା ଖାନ ଚର୍ଚ୍ଚାକୁ ଆସିଛନ୍ତି । ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସରେ ସେ ନିଜର ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ମୁଁ ଅବସାଦଗ୍ରସ୍ତ ଅଛି ବୋଲି ଲେଖି ସେ ଚର୍ଚ୍ଚିତ ହୋଇଥିଲେ । ଇରା କହିଥିଲେ ସେ କାହିଁକି ବିଷାଦଗ୍ରସ୍ତ ଅଛନ୍ତି ତାହା ସେ ଜାଣି ପାରୁନାହାନ୍ତି । ତାଙ୍କ ପିତାମାତାଙ୍କ ଛାଡ଼ପତ୍ର ବି ତାଙ୍କ ଅବସାଦର କାରଣ ନୁହେଁ ବୋଲି ସେ କହିଥିଲେ । ସେ ଏ କଥା କହିଛନ୍ତି, ମୁଁ କାହିଁକି ବିଷାଦ ଗ୍ରସ୍ତ ଅଛି ତାହା ମୁଁ ଆପଣମାନଙ୍କୁ କହିପାରିବି ନାହିଁ । କାରଣ ମୁଁ ବି ନିଜେ ଏହାର କାରଣ ଜାଣିନାହିଁ । ଟଙ୍କା ପଇସାକୁ ନେଇ ମୁଁ କେବେ ବି କୌଣସି ସମସ୍ୟା ସାମ୍ନା କରିନାହିଁ । ମୋ ବାପା ମୋ ବନ୍ଧୁ ଭଳି । ସେ ମୋର ସବୁ ଅଭାବ ପୂର୍ଣ୍ଣ କରିଛନ୍ତି । ସେ ଏ କଥା ବି କହିଛନ୍ତି ମୋ ବାପା ମା’ଙ୍କର ଛାଡ଼ପତ୍ର ହୋଇଥିଲେ ହେଁ ସେ ଦୁହେଁ ଭଲ ବନ୍ଧୁ । ତେବେ ୧୪ ବର୍ଷର ଥିବା ବେଳେ ସେ ଯୌନ ଶୋଷଣର ଶିକାର ହୋଇଥିଲେ ବୋଲି ସେ କହିଛନ୍ତି ।