ଓଭର ଡାଏଟିଂ ହାନିକାରକ

ଓଭର ଡାଏଟିଂ ହାନିକାରକ

ଓଭର ଡାଏଟିଂ ହାନିକାରକ
ମନ ପସନ୍ଦ ଖାଦ୍ୟ ଦେଖିଲେ କିଛି ଲୋକ ନିଜକୁ ସମ୍ଭାଳି ପାରନ୍ତି ନାହିଁ ଓଭର ଡାଏଟିଂ କରିଦେଇଥାନ୍ତି ବା ଅଧିକ ଖାଇଦେଇଥାନ୍ତି । ପରେ ଏହାର କୁପ୍ରଭାବ ଶରୀର ଉପରେ ପଡ଼ିଥାଏ । ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ସେବନ କଲେ ହଜମ କି୍ରୟା ସଠିକ ଭାବେ ହୋଇନଥାଏ । ଏଥିରୁ ଗ୍ୟାସ ସୃଷ୍ଟି ହୋଇଥାଏ । ଯଦି ଖାଦ୍ୟରେ ଅଧିକ ମସଲା ବା ତେଲ ପଡ଼ିଥାଏ । ତେବେ ଗ୍ୟାସ ଛାତି ଉପରକୁ ଉଠିଯିବାର ସମ୍ଭାବନା ରହିଥାଏ । ଓଭର ଡାଏଟିଂ କଲେ ବ୍ଲକ ଇନସୁଲିନ ବଦଳି ଯାଇ ଶରୀରରେ ଥକ୍କା ପଣ ଅନୁଭବ ହୁଏ । ବେଳେ ବେଳେ କିଡନୀ ସମସ୍ୟା ମଧ୍ୟ ଦେଖାଯାଏ । ଓଭର ଡାଏଟିଂ କଲେ ଶରୀରରେ ପ୍ରୋଟିନ ଓ କାର୍ବୋହାଇଡ୍ରେଡ ପରିମାଣ ବଢ଼ିଯାଏ । ଫଳରେ କିଡନୀ ଉପରେ ପ୍ରଭାବ ପଡ଼ିଥାଏ । ଏହି କାରଣରୁ ଫ୍ୟାଟ ବା ଚର୍ବି ବଢ଼ିଥାଏ । ଶରୀରରେ ସୃଷ୍ଟି ହେଉଥିବା ଲେପ୍ଟିନ ନାମକ ହରମୋନ ସୂଚାଇ ଥାଏ ଆପଣଙ୍କ ଦେହରେ କେତେ ଏନର୍ଜି ବା ଶକ୍ତି ରହିଛି ଓ ଶରୀର କେତେ ଶକ୍ତି ଚାହୁଁଛି । ଅଧିକ ଖାଇଲେ ଏହି ହରମୋନ ଶରୀରରେ ଅଧିକ ସୃଷ୍ଟି ହୋଇଥାଏ । ସିଧାସଳଖ ଏହାର ପ୍ରଭାବ ଶରୀର ଉପରେ ପଡେ଼ ଓ ଶରୀର ମୋଟା ହେବାକୁ ଲାଗେ ।