ନଡ଼ିଆ ସଡେଇ,ଗୁଆ ସିପ ରେ  ରାକ୍ଷୀ ତିଆରି କରି ଚର୍ଚ୍ଚାରେ ଚିତରଞ୍ଜନ।

ନଡ଼ିଆ ସଡେଇ,ଗୁଆ ସିପ ରେ  ରାକ୍ଷୀ ତିଆରି କରି ଚର୍ଚ୍ଚାରେ ଚିତରଞ୍ଜନ।

ଆଉ ଗୋଟିଏ ଦିନ ପରେ ଭାଇ ଭଉଣୀ ର ଅତୁଟ ସମ୍ପର୍କର ପର୍ବ ରକ୍ଷାବନ୍ଧନ ବା ଗହ୍ମା ପୂର୍ଣ୍ଣିମା। ସେଥିପାଇଁ ବଜାରରେ ରାକ୍ଷୀ ଦୋକାନ ରେ ଭିଡ଼।ଏହି ରାକ୍ଷୀ ଦୋକାନ ମାନଙ୍କରେ ବିଭିନ୍ନ ପ୍ରକାର ରାକ୍ଷୀ ମିଳୁଛି।ହେଲେ ଆଜି ଆମେ ଆପଣଙ୍କୁ ଦେଖାଇବୁ ନଡ଼ିଆ ସଢେଇ ଓ ଗୁଆ ସିପରେ ତିଆରି ରାଖୀ। ଏ ଭଳି ରାଖୀ କୁ ଏକ ନିଆରା କାରିଗର ତିଆରି କରି ଚର୍ଚ୍ଚାରେ ରହିଥିବା କଟକ କନ୍ଦରପୁର ଗ୍ରାମର ଚିତରଞ୍ଜନ। ଯାହା ଙ୍କୁ ଶ୍ରଦ୍ଧା ରେ ସମସ୍ତେ କାହ୍ନୁ ବୋଲି ଡାକନ୍ତି। ହାତ ରେ ତିଆରି ନଡ଼ିଆ ସଡେଇ,ଗୁଆ ସିପର ର ରାକ୍ଷୀ ର ଚାହିଦା ଅଧିକ। ଏହି ଭଳି ବର୍ଜ୍ୟବସ୍ତୁ କୁ ବ୍ୟବହାର ଉପଯୋଗୀ କରି ପାରୁଥିବା ନିଆରା କାରିଗର ହେଉଛନ୍ତି କାହ୍ନୁ।ଗୁଆ ସିପକୁ ସୁନ୍ଦର ଭାବେ ଗୋଲାକାର ଭାବେ କଟାଯାଉଛି ଏହା ପରେ ସେଥିରେ ବିଭିନ୍ନ ପ୍ରକାର ରଙ୍ଗ ଦେଇ ଅଠା ଦ୍ୱାରା ମାଳି ଖଞ୍ଜା ହେଇ ସୁନ୍ଦର ସୁନ୍ଦର ରାକ୍ଷୀ ତିଆରି ହେଉଛି। ଖାଲି ଗୁଆ ସିପ ନୁହେଁ ଯେଉଁ ନଦିଆର ସଡେଇ ଆମେମାନେ ଫୋଫଡ଼ି ଦେଉଛୁ ସେହି ସଡେଇକୁ ଗୋଲାକାର, ଚାରି କଣିଆ କରି ଆରୀ ଦ୍ୱରା କାଟି ତାକୁ ପଲିସ କରି ସେଥିରେ ରଙ୍ଗ,ଅଠା ବିଭିନ୍ନ ପ୍ରକାରର ଚୁମୁକି ମାରି ରାକ୍ଷୀ ତିଆରି କରୁଛନ୍ତି କାହ୍ନୁ ଏବଂ ତାଙ୍କୁ ସହଯୋଗ କରୁଛନ୍ତି ପୁରା ପରିବାର।ଏଥର ଏ ଭଳି ଏକ ରାକ୍ଷୀ ତିଆରି କରିଛନ୍ତି ଯାହା ରକ୍ଷାବନ୍ଧନ ଦିନ ହାତରେ ବାନ୍ଧିବ ଏହା ପରେ ଚାବିରିଙ୍ଗି କରି ପାରିବ। କାହ୍ନୁଙ୍କ କହିବା କଥା ମନ୍ଦିର ଏବଂ ରୋଡ଼ ରୁ ସଡେଇ ଆଣିବା ସହିତ ଗୁଆ ସିପକୁ ବିଭିନ୍ନ ଲୋକଙ୍କ ବାଡିରୁ ଆଣନ୍ତି।ତାକୁ ପଲିସ କରିବା ବିଭିନ୍ନ ଆକୃତି ନିଜେ କରନ୍ତି ଏହା ପରେ ରଙ୍ଗ,ମାଳି,ସୂତା ଭରିବା ସହିତ ପ୍ୟାକିଙ୍ଗି କରିବାରେ ସ୍ତ୍ରୀ, ଝିଅ ସହଯୋଗ କରନ୍ତି। ୩୦ ଟଙ୍କାରୁ ନେଇ ୬୦ ଟଙ୍କା ପର୍ଯ୍ୟନ୍ତ ରାକ୍ଷୀ ଗୋଟିକୁ ଭୁବନେଶ୍ୱର,ବାଲେଶ୍ଵର, କଟକ ର ବେପାରୀ ମାନେ ନେଇ ଥାଆନ୍ତି।ଏ ବର୍ଷ ଆଶା ରଖିଛନ୍ତି ୨୫ ହଜାରରୁ ୩୦ ହଜାର ଟଙ୍କାର ରାକ୍ଷୀ ବିକିବେ ବୋଲି।ବର୍ଜ୍ୟବସ୍ତୁକୁ ନେଇ ବ୍ୟବହାର ଉପଯୋଗୀ କରିବା ତାଙ୍କର ନିଶା ସେହି ନିଶାକୁ ପେଶା ଭାବେ ଗଢ଼ି ତୋଳିଲେଣି ବୋଲି ପ୍ରକାଶ କରିଛନ୍ତି କାହ୍ନୁ।