ଆପଣ ବ୍ରାଣ୍ଡେଡ ଜିନିଷ କିଣୁଛନ୍ତି , ତାହାହେଲେ ଏହି ଟିପ୍ସ ଆପଣାନ୍ତୁ

ଆପଣ ବ୍ରାଣ୍ଡେଡ ଜିନିଷ କିଣୁଛନ୍ତି , ତାହାହେଲେ ଏହି ଟିପ୍ସ ଆପଣାନ୍ତୁ

ଆପଣ ବ୍ରାଣ୍ଡେଡ ଜିନିଷ କିଣୁଛନ୍ତି , ତାହାହେଲେ ଏହି ଟିପ୍ସ ଆପଣାନ୍ତୁ
ଆଜିକାଲି ସବୁ ଜିନିଷ ଅନଲାଇନରେ ମିଳିଯାଉଛି । ମୋବାଇଲରେ କ୍ଲିକ କଲେ ଘରେ ପହଁଚି ଯାଉଛି ସାମଗ୍ରୀ । ଖାସ ସେଇଥିପାଇଁ ତ ଏବେ ଅନଲାଇନ ସପିଂର ଚାହିଦା ବଢ଼ିଯାଇଛି । ସାଧାରଣତଃ ଗରାଖମାନେ ସୁଲଭ ମୂଲ୍ୟରେ ବ୍ରାଣ୍ଡେଡ଼ ସାମଗ୍ରୀ କିଣିବାକୁ ଚାହିଁଥା’ନ୍ତି । ତେବେ କେତେକ ଅସାଧୁ ବ୍ୟବସାୟୀ ବ୍ରାଣ୍ଡେଡ଼ କମ୍ପାନୀର ଷ୍ଟିକରମାରି ନକଲି ଜିନିଷ ବିକ୍ରି କରିବାର ବି ଅନେକ ନଜିର ରହିଛି । ଯାହାଦ୍ୱାରା କେତେକ ସାମଗ୍ରୀ ଆମକୁ ଠିକ୍ଠାକ୍ ମିଳୁଥିବାବେଳେ ଆଉ କେତେକ ସାମଗ୍ରୀକୁ ନେଇ ଆମେ ଠକାମୀରେ ପଡ଼ିଯାଉଛୁ । କେମିତି ଚିହ୍ନିବା ବ୍ରାଣ୍ଡେଡ଼ ସାମଗ୍ରୀ ? ଏ ବିଷୟରେ ସମସ୍ତେ ଜାଣିବାର ଆବଶ୍ୟକତା ରହିଛି । କୌଣସି ସାମଗ୍ରୀ କିଣିବା ପୂର୍ବରୁ ଯଦି ଆପଣ ଗଭୀର ଭାବେ ନଜର ପକାଇବେ ତାହେଲେ ଆପଣ ଅସଲି ଓ ନକଲି ସାମଗ୍ରୀକୁ ଜାଣିପାରିବେ । ନକଲି ଓ ଅସଲି ମଧ୍ୟରେ ଏମିତି କିଛି ପାର୍ଥକ୍ୟ ଥାଏ ଯାହା ଦେଖି ଆମେ ନିହାତି ଭାବେ ଜାଣିପାରିବା । ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ଜଣାଇବୁ ଯାହା ଦ୍ୱାରା ଆପଣ ଅସଲି ଓ ନକଲିର ପ୍ରକାର ଭେଦ ଠିକ୍ ସେ ଜାଣିପାରିବେ । ୧: ଯଦି ଆପଣ ବ୍ରାଣ୍ଡ ଲୋଗୋକୁ ଜାଣିଛନ୍ତି ତାହେଲେ ଆପଣ ଅସଲି ଓ ନକଲି ସାମଗ୍ରୀକୁ ଚିହ୍ନିପାରିବେ । ସେଥିପାଇଁ ବ୍ରାଣ୍ଡ ଲୋଗୋ ସହିତ ସ୍ପେଲିଂ, ଡିଜାଇନ୍ ଏବଂ କଲର ମଧ୍ୟ ପରଖିବା ଆବଶ୍ୟକ । ୨: ବ୍ରାଣ୍ଡେଡ କମ୍ପାନୀମାନେ ସାମଗ୍ରୀର ପ୍ୟାକିଂ ଉପରେ କିଛି ଫିଚରସ୍ ଯେମିତିକି କୋର୍ଡସ୍, ସିରିଏଲ ଏବଂ ମଡେଲ ନଂ, ଟ୍ରେଡମାର୍କ ଜାଣିବା ପାଇଁ ଦିଆଯାଇଥାଏ । କିନ୍ତୁ ନକଲି ସାମଗ୍ରୀର ବକ୍ସ ଉପରେ ଏମିତି କିଛି ସିମ୍ବଲ ଜାଣିବା ପାଇଁ ଦିଆଯାଇନଥାଏ । ୩: ଯଦି ଆପଣ ଅନ୍ଲାଇନ୍ ସପିଂ କରୁଛନ୍ତି ତାହେଲେ ଆପଣ ୱେବସାଇଟର ସତ୍ୟତା ଉପରେ ଗଭୀର ଭାବେ ଧ୍ୟାନ ଦିଅନ୍ତୁ । ୟୁଆରଏଲକୁ ସାବଧାନତାର ସହ ଚେକ୍ କରନ୍ତୁ । ସେଠାରେ ତାଲାର ଚିହ୍ନ ଅଛି କି ନାହିଁ ଦେଖନ୍ତୁ । ୪: ଯଦି ସାମଗ୍ରୀ ଉପରେ ଠିକଣା ବା ଆଡ୍ରେସ, ଇମେଲ ନଂ ଏବଂ କଟାଂକ୍ଟ ଡିଟେଲସ୍ ନାହିଁ ତାହେଲେ ପ୍ରଡକ୍ଟ ନକଲି ବୋଲି ଜଣାପଡିଥାଏ ।