ରୋଷେଇ ଘର ବଳକା ତେଲରୁ ବାହାରିବ ଜୈବ ଇନ୍ଧନ

ରୋଷେଇ ଘର ବଳକା ତେଲରୁ ବାହାରିବ ଜୈବ ଇନ୍ଧନ

ରୋଷେଇ ଘର ବଳକା ତେଲରୁ ବାହାରିବ ଜୈବ ଇନ୍ଧନ
ନୂଆଦିଲ୍ଲୀ - ଲୋକମାନଙ୍କ ରୋଷେଇ ଘର ଠାରୁ ଆରମ୍ଭ କରି ରେସ୍ତୋରାଁ, ହୋଟେଲ ଏବଂ ଫାଷ୍ଟ ଫୁଡ ଦୋକାନ ଗୁଡ଼ିକରେ ବଳକା ରହିଯାଉଥିବା ତେଲରୁ ଜୈବ ଇନ୍ଧନ ବାହାର କରାଯାଇପାରିବ । ଭାରତୀୟ ବାୟୋଡିଜେଲ ସଂଘ ଏଫଏସଏସଏଆଇ ଓ ତେଲ କମ୍ପାନୀଗୁଡ଼ିକ ମିଳିତ ଭାବେ ରୋଷେଇ ଘରେ ବଳକା ତେଲରୁ ଜୈବ ଇନ୍ଧନ ବାହାର କରୁଛନ୍ତି । ଏହା ଜରିଆରେ ଭାରତ ଏହାର ତେଲ ଆମଦାନି ବିଲ୍କୁ କମ୍ କରିପାରିବ । ଏହି ଜୈବ ଇନ୍ଧନ ମାଧ୍ୟମରେ ବାର୍ଷିକ ୧୮ ହଜାର କୋଟି ଟଙ୍କା ସଞ୍ଚୟ କରାଯାଇପାରିବ ବୋଲି ଆକଳନ କରାଯାଇଛି । ଦେଶରେ ଆବଶ୍ୟକ ପରିମାଣର ପ୍ରକି୍ରୟାକରଣ କାରଖାନାର ଅଭାବ ରହିଥିବାରୁ ରୋଷେଇ ଘରର ବଳକା ତେଲରୁ ଆବଶ୍ୟକ ପରିମାଣର ଜୈବ ଇନ୍ଧନ ବାହାର କରାଯାଇପାରୁନାହିଁ ।