ସୌନ୍ଦର୍ଯ୍ୟ ମନ୍ତ୍ର: ଚକୋଲେଟ୍ ମାସ୍କ

ସୌନ୍ଦର୍ଯ୍ୟ ମନ୍ତ୍ର: ଚକୋଲେଟ୍ ମାସ୍କ

ସୌନ୍ଦର୍ଯ୍ୟ ମନ୍ତ୍ର: ଚକୋଲେଟ୍ ମାସ୍କ
ଗୋଟେ ଚାମଚ ଡାର୍କ ଚକୋଲେଟ୍ ପାଉଡରରେ ଚାମଚେ ମହୁ ଓ କଞ୍ଚା କ୍ଷୀର ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଧ୍ୟାନ ରଖିବେ ଯେପରି ପେଷ୍ଟ ମୁହଁରେ ଲାଗିଲାା ପରି ତରଳ ହେବ । ଏହି ପେଷ୍ଟକୁ ମୁହଁରେ ଲଗାଇ ଶୁଖିବା ପରେ ଧୋଇ ଦିଅନ୍ତୁ । ଏହା ଦ୍ୱାରା ତ୍ୱଚାରୁ ଦାଗ ଦୂର ହେବା ସହ ଉଜ୍ଜ୍ୱଳ କରେ । ଲଗାଇବାର ପ୍ରଥମ ଦିନରେ ହିଁ ଫରକ ଜାଣିପାରିବେ । ଡାର୍କ ଚକୋଲେଟ୍ ପାଉଡର ଓ ମୁଲତାନି ମାଟିରୁ ଗୋଟେ ଚାମଚ ଲେଖାଏଁ ନେଇ ଗୋଲାପ ଜଳରେ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ମୁହଁ ଭଲରେ ଧୋଇବା ପରେ ମୁହଁ ଓ ବେକରେ ଲଗାଇ ଶୁଖିବା ପାଇଁ ଛାଡ଼ି ଦିଅନ୍ତୁ । ଏହା ପରେ ଥଣ୍ଡା ପାଣିରେ ଧୋଇସାରି ମଶ୍ଚରାଇଜର ଲଗାନ୍ତୁ । ଥଣ୍ଡା ପାଣିରେ ଚା’ପତି ଓ ଚକୋଲେଟ୍ ପାଉଡର ମିଶାଇ ଫେସ୍ ପାକ୍ ପ୍ରସ୍ତୁତ କରନ୍ତୁ । ଏଥିରେ କେତେ ବୁନ୍ଦା ଗୋଲାପ ଜଳ ମିଶାଇ ଦିଅନ୍ତୁ । ଏହି ପେଷ୍ଟକୁ ମୁହଁରେ ଲଗାଇ ଶୁଖିବା ପର୍ଯ୍ୟନ୍ତ ରଖନ୍ତୁ । ଶୁଖିଗଲା ପରେ ମୁହଁ ଧୋଇ ଦିଅନ୍ତୁ । ଏହା ଦ୍ୱାରା ତ୍ୱଚା ସମସ୍ୟା ଦୂର ହେବ । ଚକୋଲେଟ୍ ଲଗାଇବା ଦ୍ୱାରା ମୁହଁରେ ବ୍ରଣ ଓ ବ୍ଲାକ ହେଡସ୍ ସମସ୍ୟା ମଧ୍ୟ ଦୂର ହୁଏ ।