ଶ୍ରୀକ୍ଷେତ୍ର ପୁରୀରେ ନବୀନ ...

ଶ୍ରୀକ୍ଷେତ୍ର ପୁରୀରେ ନବୀନ ...

ଶ୍ରୀକ୍ଷେତ୍ର ପୁରୀରେ ନବୀନ ...
ଭୁବନେଶ୍ୱର - ପୁରୀର ବିକାଶ ପାଇଁ ୫୧୦ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପମାନ କରାଯିବ । ଶ୍ରୀକ୍ଷେତ୍ରର ଐତିହ୍ୟ ସହ ଭିତିଭୂମିର ଆଖିଦୃଶିଆ ବିକାଶ ହେବ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ଭଳି ବିକଶିତ କରିବାକୁ ରାଜ୍ୟ ସରକାର ଅଂଟା ଭିଡ଼ିଛନ୍ତି । ଏଥିପାଇଁ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ କରିଛନ୍ତି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ମୁଖ୍ୟମନ୍ତ୍ରୀ ୧୧ଟା ୨୫ରେ ପୁରୀ ଅଭିମୁଖେ ଗସ୍ତ କରିଥିଲେ । ପୁରୀର ତାଳବଣିଆ ଠାରେ ମୁଖ୍ୟମନ୍ତ୍ରୀ ୧୧ଟା ୪୫ରେ ପହଁଚିଥିଲେ । ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୂଙ୍କ ଦର୍ଶନ କରିଥିଲେ । ମନ୍ଦିର ଚତୁଃପାଶ୍ୱର୍ର ବିକାଶ କାର୍ଯ୍ୟକୁ ମଧ୍ୟ ଅନୁଧ୍ୟାନ କରିଥିଲେ । ଦିନ ପ୍ରାୟ ସାଢେ଼ ୧୨ଟା ବେଳେ ମୁଖ୍ୟମନ୍ତ୍ରୀ ମୁନିସପାଲଟି ମାର୍କେଟ ଜମିରେ ପହଁଚିଥିଲେ । ସେଠାରେ ଶ୍ରୀସେତୁ, ଶ୍ରୀଜଗନ୍ନାଥ ବଲ୍ଲଭ ଯାତ୍ରୀ ସେବା କେନ୍ଦ୍ର, ସ୍ୱର୍ଗଦ୍ୱାର ଶ୍ମଶାନ ଘାଟ ସୌନ୍ଦର୍ଯ୍ୟକରଣ, ଜେଲ ରୋଡ଼ରେ ବହୁତଳ ପାର୍କିଂ, ବେଳାଭୂମିରେ ଭେଣ୍ଡିଂ ଜେନାନ, ମାର୍କେଟ ଛକରେ ବହୁମୁଖୀ ମାର୍କେଟ କମ୍ପ୍ଳେକ୍ସ ଭଳି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହାଛଡ଼ା ଆହାର ଓ ମଧ୍ୟାହ୍ନଭୋଜନ ଯୋଜନାରେ ରୋଷେଇ ପାଇଁ ଅତ୍ୟାଧୁନିକ ଚୁଲା ପାଇଁ ମଧ୍ୟ ଶିଳାନ୍ୟାସ କରିଥିଲେ ।