ସୋସିଆଲ ମିଡିଆ ଛାଡିବେ ମୋଦି, ଟ୍ୱିଟରରେ ଦେଲେ ସୂଚନା ।

ସୋସିଆଲ ମିଡିଆ ଛାଡିବେ ମୋଦି, ଟ୍ୱିଟରରେ ଦେଲେ ସୂଚନା ।

ସୋସିଆଲ ମିଡିଆ ଛାଡିବେ ମୋଦି, ଟ୍ୱିଟରରେ ଦେଲେ ସୂଚନା ।
ନୂଆଦିଲ୍ଲୀ: ସୋସିଆଲ ମିଡିଆର ବହୁଳ ବ୍ୟବହାର କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୮ ତାରିଖ ରବିବାରକୁ ଆଉ ଏହି ପ୍ଲାଟଫର୍ମର ବ୍ୟବହାର କରିବେ ନାହିଁ । ସୋସିଆଲ ମିଡିଆର ବ୍ୟବହାର ନ କରିବା ପାଇଁ ସେ ଚିନ୍ତା କରୁଛନ୍ତି । ଏହି ନିଷ୍ପତ୍ତି ସମ୍ପର୍କରେ ସେ ସମସ୍ତଙ୍କୁ ଜଣାଇବେ ବୋଲି ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ କରି କହିଛନ୍ତି । ଫେସବୁକ, ଟ୍ୱିଟର, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ପରିତ୍ୟାଗ କରିବା ପାଇଁ ମୋଦୀ ବିଚାର କରୁଛନ୍ତି । ସୋସିଆଲ ମିଡିଆରେ ମୋଦୀଙ୍କର ବହୁ ପ୍ରଶଂସକ ଏବଂ ଅନୁଗାମୀ ରହିଛନ୍ତି । ଟ୍ୱିଟରରେ ୫୩.୩ ନିୟୁତ, ଫେସବୁକରେ ୪୪ ନିୟୁତ ୭ ଲକ୍ଷ ୨୨ ହଜାର ୧୪୩ ଜଣ, ଇନଷ୍ଟାଗ୍ରାମରେ ୩୫.୨ ନିୟୁତ ଏବଂ ୟୁଟ୍ୟୁବରେ ୪.୫ ନିୟୁତ ଲୋକ ମୋଦୀଙ୍କର ଅନୁଗାମୀ ରହିଛନ୍ତି । ମୋଦୀ ସୋସିଆଲ ମିଡିଆ ଛାଡ଼ିବା ବିଷୟ ଟ୍ୱିଟରରେ ସୂଚନା ଦେବା ପରେ ଅନେକ ବ୍ୟକ୍ତି ଏ ନେଇ ଟ୍ୱିଟରରେ ମନ୍ତବ୍ୟ ଦେବା ଆରମ୍ଭ କରି ଦେଇଛନ୍ତି । ସୋସିଆଲ ମିଡିଆରେ ଲୋକଙ୍କୁ ବାର୍ତ୍ତା ଦେବାରେ ମୋଦୀ ବହୁତ ଆଗରେ ରହିଛନ୍ତି । ସେ ହେଉଛନ୍ତି ପ୍ରଥମ ଭାରତୀୟ ଯାହାଙ୍କର ଅନୁଗାମୀ ସଂଖ୍ୟା ଟ୍ୱିଟରରେ ୫୦ ନିୟୁତ ଅତିକ୍ରମ କରିଛି । ଏଭଳି ମାଇଲ ଖୁଣ୍ଟ ହାସଲ କରିବାରେ ମୋଦୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପରେ ବିଶ୍ୱର ତୃତୀୟ ବ୍ୟକ୍ତି । ୨୦୦୯ ଜାନୁଆରୀରେ ମୋଦୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଟ୍ୱିଟରରେ ଯୋଗ ଦେଇଥିଲେ । ସେହି ସମୟରେ କଂଗ୍ରେସ ନେତା ଶଶି ଥରୁରଙ୍କ ଭଳି ଖୁବ କମ ନେତା ଟ୍ୱିଟରରେ ସକ୍ରିୟ ଥିଲେ ।