ରାହୁଲଙ୍କ ଆୟ ଯୋଜନା ଐତିହାସିକ ନିଷ୍ପତି-ନିରଞ୍ଜନ

ରାହୁଲଙ୍କ ଆୟ ଯୋଜନା ଐତିହାସିକ ନିଷ୍ପତି-ନିରଞ୍ଜନ

ରାହୁଲଙ୍କ ଆୟ ଯୋଜନା ଐତିହାସିକ ନିଷ୍ପତି-ନିରଞ୍ଜନ
ଭୁବନେଶ୍ୱର:କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଘୋଷଣା କରିଥବା ନ୍ୟୁନତମ ଆୟ ଯୋଜନା ଏକ ଐତିହାସିକ ନିଷ୍ପତି । ଯାହା ଦେଶରୁ ଗରିବୀ ହଟାଇବାରେ ସହାୟକ ହେବ । ବିଶେଷ କରି ଓଡିଶା, ଝାଡଖଣ୍ଡ ଓ ଛତିଶଗଡ ଭଳି ଅଧିକ ଗରିବ ଥିବା ରାଜ୍ୟ ଗୁଡିକ ଉପକୃତ ହେବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଗତ ୫ ବର୍ଷରେ ଦେଶରେ ଗରିବ ଲୋକମାନେ ସବୁଠୁ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେଣୁ ସେମାନଙ୍କୁ ସହାୟତାର ହାତ ବଢାଇବା ପାଇଁ କଂଗ୍ରେସର ଏହି ନିଷ୍ପତି ସ୍ୱାଗତଯୋଗ୍ୟ । ଫଳରେ ଦେଶର ୨୦% ସବୁଠୁ ଗରିବ ଲୋକ ସବୁଦିନ ପାଇଁ ଗରିବୀରୁ ବାହାରି ପାରିବେ । ଏହି ଯୋଜନା ଅନ୍ୟ କୋଣସି ଦେଶରେ ଲାଗୁ ହୋଇ ନାହିଁ । ଯୋଜନା ଫଳରେ ଗରିବ ପରିବାର ବାର୍ଷିକ ୭୨ ହଜାର ଟଙ୍କା ପାଇବେ । ଏହି ଟଙ୍କା ସମ୍ପୃକ୍ତ ପରିବାରର ମହିଳାଙ୍କ ବ୍ୟାଙ୍କ ଆକାଉଂଟକୁ ଯିବ । ଫଳରେ ଦେଶର ୫ କୋଟି ପରିବାରର ହାରାହାରି ୨୫ କୋଟି ଲୋକ ଲାଭ ନେଇ ପାରିବେ । ଏହା ହେବ ଦୁନିଆର ସବୁଠାର ବଡ ନ୍ୟୁନତମ ଆୟ ଯୋଜନା । ତେବେ ଏହି ଯୋଜନାରେ ସାମିଳ ହେଲେ ଅନ୍ୟ କୌଣସି ଯୋଜନାର ସବସିଡିକୁ ବନ୍ଦ କରାଯିବ ନାହିଁ । ସେଗୁଡିକ ମଧ୍ୟ ପୂର୍ବଭଳି ପାଇବେ ବୋଲି ନିରଞ୍ଜନ କହିଛନ୍ତି । ଅପରପକ୍ଷରେ ୟୁପିଏ ସରକାର ସମୟରେ ୨୦୦୪ରୁ ୨୦୧୪ ମଧ୍ୟରେ ମନରେଗା ଭଳି ଯୋଜନା ମାଧ୍ୟମରେ ୧୪ କାଟି ଲୋକଙ୍କୁ ଗରୀବରୁ ବାହାର କରାଯାଇଥିଲା । ସେହିପରି ଏହି ନ୍ୟାୟ ଯୋଜନା ଦୋର ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତି କରିବ ବୋଲି ନିରଞ୍ଜନ ଆଶା ପ୍ରକଟ କରିଛନ୍ତି ।