ସ୍ୱାଧୀନ ଭାରତର ପୂର୍ବ ରାତି
ସାରା ଦେଶ ପାଳୁଛି 78 ତମ ସ୍ବଧୀନତା ଦିବସ । ସଭିଙ୍କ ମନରେ ଆନନ୍ଦ ଆଉ ଉଲ୍ଲାସ । ଦୀର୍ଘ ୨୦୦ ବର୍ଷର ବ୍ରିଟିଶ ସରକାର କବଳରୁ 1947 ମସିହା ଆଜିର ଦିନରେ ଦେଶର ପ୍ରତେକ ନାଗରିକ ଚାଖିଥିଲେ ସ୍ବାଧିନତାର ସ୍ବାଦ । କିନ୍ତୁ ସେଦିନର ପୂର୍ବରିତି ପାହିବା ଆଉ ନୂଆ ସକାଳର ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଆସିଥିଲା ଆଉ ଏକ ପରିବର୍ତ୍ତନ । ଭାରତର ଇତିହାସ, ଭୁଗଳ, ଭବିଷ୍ୟତ ଓ ଚିନ୍ତାଧାରାକୁ ବଦଳାଇ ଦେଲା । ଦିଲ୍ଲୀରେ 14 ଅଗଷ୍ଟ ସନ୍ଧ୍ୟା ବେଳେ ବହୁତ ବର୍ଷା ହେଉଥିଲା । ରାତି 9ଟାରେ ରାଏକ୍ସନା ହିଲ୍ସରେ 5 ଲକ୍ଷ ଲୋକଙ୍କ ଭିଡ ଜମି ଥିଲା । ରାତି ସାଢେ 10ଟାରେ ସରଦାର ବଲ୍ଲବ ଭାଇ ପଟେଲ, ଜବାହାର ଲାଲ ନେହେରୁ, ଡାକ୍ତର ରାଜେନ୍ଦ୍ର ପ୍ରସାଦ ଓ ମାଉଣ୍ଟ ବେଟେନ ୱାଇଲ୍ସରଏ ହାଉସରେ ପହଞ୍ଚି ଥିଲେ ।14 ଅଗଷ୍ଟ 1947 ମସିହାରେ 12ଟା ବାଜିବାକୁ ମାତ୍ର କିଛି ମିନିଟ ବାକି ଥିଲା ଜବାହାର ଲାଲ ନେହେତୁ ଦୁଇ ଲାଇନ କହି ନିଜ ପ୍ରବଚନ ଆରମ୍ଭ କରିଥିଲେ । ସେହି ପ୍ରବଚନର କିଛି ମିନିଟ ପରେ 12ଟା ବାଜିଗଲା ଓ 15 ଅଗଷ୍ଟ ଭାରତ ପାଇଁ ଖୁସିର ଦିନ ପାଲଟି ଗଲା । 190 ବର୍ଷ ପରେ ବ୍ରିଟିଶ ଶାସନରୁ ସ୍ଵତନ୍ତ୍ର ହୋଇଥିଲା ଆମ ଦେଶ । ହେଲେ ସେହିଦିନ ଦେଶବାସୀଙ୍କ ପାଇଁ ଯେତେ ବଡ ଖୁସିର ଦିନ ଥିଲା ସେତେ ବଡ ଦୁଃଖର ଦିନ ବି ଥିଲା । କାରଣ ଭାରତ ନିଜ 3 ଲକ୍ଷ 46 ହଜାର 730 ସ୍କୋଏୟାର କିଲୋମିଟର ପର୍ଯ୍ୟନ୍ତ ପୁରା ବିସ୍ତାର ଓ 8 କୋଟି 15 ଲକ୍ଷ ଲୋକ ଗୋଟିଏ ରାତିରେ ହରାଇ ଥିଲା । ଦେଶ ଦୁଇ ଭାଗରେ ବିଭାଜିତ ହୋଇଯାଇଥିଲା ହିନ୍ଦୁସ୍ତାନ ଓ ପାକିସ୍ତାନ । ଆମ ଦେଶ ଭାରତ ଏତେ ସହଜରେ ସ୍ଵାଧୀନତା ପାଇନି 15 ଅଗଷ୍ଟ ପୂର୍ବରୁ ବ୍ରିଟିଶ ଶାସନର ଅନ୍ତ ଆରମ୍ଭ ହୋଇଯାଇଥିଲା ।
ମହାତ୍ମା ଗାନ୍ଧୀଙ୍କ ଜନ ଆନ୍ଦୋଳନ ଦ୍ଵାରା ଦେଶରେ ନୂଆ କ୍ରାନ୍ତିର ଆରମ୍ଭ ହୋଇଥିଲା । ଆଉ ଅନ୍ୟ ପଟେ ସୁବାସ ଚନ୍ଦ୍ର ବୋଷଙ୍କ ଆଜଦ ହିନ୍ଦ ଫଉଜ ଇଂରେଜୀ ମାନଙ୍କ ବଞ୍ଚିବା କଷ୍ଟକର କରିଦେଇଥିଲେ । ବ୍ରିଟିଶ ସରକାରର ସାହାସ ଧୀରେ ଧୀରେ କମିବାକୁ ଲାଗିଲା ଆଉ ଆମ ଭାରତ ଦେଶ ସ୍ଵାଧୀନତା ପାଇଲା ।
ଏ କାହାଣୀ ହେଉଛି ୧୯୪୭ ମସିହା ଅଗଷ୍ଟ ୧୪ ତାରିଖର । ଜବାହରଲାଲ ନେହେରୁ ଆରମ୍ଭ କରିଥିଲେ ତାଙ୍କର ଭାଷଣ । ଭାଷଣ ନୁହେଁ ତ, ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଥିଲା ଏକ ଶକ୍ତିଶାଳୀ ଆହ୍ୱାନ । ସେ କହିଥିଲେ କି ରାତିର ଅନ୍ଧକାରରେ ଯେତେବେଳେ ପୁରା ବିଶ୍ୱ ଶୋଇଥିବ, ଠିକ୍ ସେତିକି ବେଳେ ଭାରତ ଉଠିବ ନୂଆ ଏକ ଜୀବନ ଏବଂ ସ୍ୱାଧୀନତା ନେଇ । ଏହି ଭାଷଣ ମାତ୍ର କିଛି ମୁହୂର୍ତ୍ତ ପରେ ସବୁ ଭାରତୀୟଙ୍କ ପାଇଁ ନେଇ ଆସିଥିଲା ଅସୁମାରୀ ଖୁସି । ହେଲେ ଏହି ଖୁସି ସହିତ ଭାରତୀୟଙ୍କୁ ଏକ ବଡ଼ ଦୁଃଖର ସମ୍ମୁଖୀନ କରିବାକୁ ପଡ଼ିଥିଲା । ଭାରତରୁ ଅଲଗା ହୋଇ ପାକିସ୍ତାନ ଆଉ ଏକ ନୂଆ ଦେଶ ତିଆରି ହୋଇଥିଲା । ୧୫ ଅଗଷ୍ଟ ସକାଳ ୮ଟାରେ ପଣ୍ଡିତ ନେହେରୁଙ୍କ ସହ ତାଙ୍କର କ୍ୟାବିନେଟ୍ ପଦ ଏବଂ ଗୋପନିୟତାର ଶପଥ ନେଇଥିଲେ । ରାତିର ଘନ ଘନ ବର୍ଷା ପରେ ସକାଳର ଆକାଶ ପୁରା ସଫା ଥିଲା । ଲୋକେ ଅପେକ୍ଷା କରିଥିଲେ ସ୍ୱାଧୀନ ଭାରତର ତ୍ରିରଙ୍ଗାକୁ ଉଡୁଥିବାର ସେ ମନଲୋଭା ଦୃଶ୍ୟ ଦେଖିବା ପାଇଁ । ଦେଶର ତ୍ରିରଙ୍ଗାକୁ ଭବ୍ୟ ରାଷ୍ଟ୍ର ଗାନ ସହିତ ବ୍ରିଟିଶ ପତାକାକୁ ଅବତରଣ କରାଯାଇ ତ୍ରିରଙ୍ଗାକୁ ଉଡ଼ାଯାଇଥିଲା । ସେତେବେଳେ ଦେଶର ପ୍ରତିଟି ନାଗରିକଙ୍କର ଆଖିରେ ଖୁସିର ଲୁଅ ବହୁଥିଲା । ଆଉ ସେଦିନଠୁ ଭାରତ ପାଇଥିଲା ସ୍ୱାଧୀନତା ସୁଖ ଆଉ ପାଳନ କରୁଛି ସ୍ୱାଧୀନତା ଦିବସ । ଯାହା ଚଳିତବର୍ଷ 78 ତମ ବର୍ଷରେ ପହଞ୍ଚିଛି ।