ଆସାମରେ ଭୟଙ୍କର ବନ୍ୟା
ଆସାମରେ ଭୟଙ୍କର ବନ୍ୟା
admin
Jul 12, 2019 - 06:32
Updated: Jul 12, 2019 - 06:32
ଗୌହାଟୀ: ଉତ୍ତର ପୂର୍ବ ରାଜ୍ୟ ଆସାମରେ ବନ୍ୟା ବିଭୀଷିକା ଦେଖାଯାଇଛି । ମୋଟ ୧୭ ଜିଲ୍ଲାର ୭୦୦ ଗ୍ରାମର ୪ ଲକ୍ଷରୁ ଅଧିକ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି । ବନ୍ୟା ଯୋଗୁଁ ଗୁରୁବାର ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ସଂଖ୍ୟାରେ ଘର ଗୁଡ଼ିକ ଭାଙ୍ଗିଯାଇଛି । ବ୍ରହ୍ମପୁତ୍ର ନଦୀର ଜଳସ୍ତର ବଢିଥିବାରୁ ଗୌହାଟୀ ପର୍ୟ୍ୟନ୍ତ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଜଳସ୍ତର ବିପଦ ସ୍ତର ଅତିକ୍ରମ କରିଛି । ମାତ୍ର ଏବେ ବି ଲୋକଙ୍କ ପାଇଁ ସେମିତ ବିପଦ ସ୍ତର ଅତିକ୍ରମ କରି ନାହିଁ ।
ଦିନେ ଦୁଇ ଦିନ ମଧ୍ୟରେ ଜଳ ସ୍ତର ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ଏହି ନଦୀ ଜୋରହାଟର ନିମତୀ ଘାଟରେ ବିପଦ ସଂକେତ ଅତିକ୍ରମ କରିଛି । ଡିକହୋ, ଧାନସିରି, ଜିଆ ଭରାଲୀ, ପୁଥିମାରୀ ଏବଂ ବେକି ନଦୀର ଜଳ ସ୍ତର ମଧ୍ୟ ବଢିଛି । ଧେମଜୀ, ଲଖିମପୁର, ବିଶ୍ୱନାଥ, ଜୋରହାଟ, ଡରାଙ୍ଗ, ବାରପେଟା, ନଳବରୀ, ମଜୁଲି, ଚିରାଙ୍ଗ, ଡେବ୍ରୁଗଡ଼ ଓ ଗୋଲଘାଟ ଜିଲ୍ଲାର ଲୋକେ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି ।
ବନ୍ୟା ଯୋଗୁଁ ମୋଟ ୧୩, ୨୬୭.୭୪ ହେକ୍ଟର ଫସଲ ପ୍ରଭାବିତ ହୋଇଛି । ଏନଡିଆରଏଫ ଓ ଏସଡିଆରଏଫ ଟିମ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । କାଜିରଙ୍ଗା ଜାତୀୟ ଉଦ୍ୟାନକୁ ମଧ୍ୟ ବନ୍ୟା ଜଳ ପ୍ରବେଶ କରିଛି ।