ପ୍ରଧାନମନ୍ତ୍ରୀଙ୍କ ହର ଘର ତ୍ରିରଙ୍ଗା ବାର୍ତ୍ତାକୁ ବେଶ ସୁନ୍ଦର ଭାବେ ଦର୍ଶାଇଛନ୍ତି ସୁଦର୍ଶନ ପଟ୍ଟନାୟକ

ପ୍ରଧାନମନ୍ତ୍ରୀଙ୍କ ହର ଘର ତ୍ରିରଙ୍ଗା ବାର୍ତ୍ତାକୁ ବେଶ ସୁନ୍ଦର ଭାବେ ଦର୍ଶାଇଛନ୍ତି ସୁଦର୍ଶନ ପଟ୍ଟନାୟକ

78ତମ ସ୍ୱାଧୀନତା ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ l ବାଲୁକାକଳାରେ ହର ଘର ତ୍ରିରଙ୍ଗା ର ବାର୍ତ୍ତାକୁ ସୁନ୍ଦର ଭାବେ  ପଦର୍ଶିତ କରିଛନ୍ତି ସୁଦର୍ଶନ l ଆଜି ସାରା ଦେଶ ପାଳିଛି 78ତମ ସ୍ୱାଧୀନତା ଦିବସ। ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ l ବାଲୁକାକଳା ସହ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନେ ହାତରେ ଜାତୀୟ ପତାକା ଧରି ସ୍ୱାଧୀନତା ଦିବସର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି l ବାଲୁକାକଳା ସହ ଛାତ୍ରଛାତ୍ରୀଙ୍କ ହାତରେ ଜାତୀୟ ପତାକା ଦୃଶ୍ୟ ବେଶ ମନୋରମ ଦିସୁଥିଲା l ପ୍ରଧାନମନ୍ତ୍ରୀଙ୍କ ହର ଘର ତ୍ରିରଙ୍ଗା ବାର୍ତ୍ତାକୁ ମଧ୍ୟ ବେଶ ସୁନ୍ଦର ଭାବେ ଦର୍ଶାଇଛନ୍ତି ସୁଦର୍ଶନ ପଟ୍ଟନାୟକ l