ସୀମା ଟପିଲା ତାଲିବାନ ବର୍ବରତା, ଶବକୁ ହେଲିକପ୍ଟର୍ରୁ ଝୁଲାଇ ଉଡ଼ାଇଲେ

ସୀମା ଟପିଲା ତାଲିବାନ ବର୍ବରତା, ଶବକୁ ହେଲିକପ୍ଟର୍ରୁ ଝୁଲାଇ ଉଡ଼ାଇଲେ

ସୀମା ଟପିଲା ତାଲିବାନ ବର୍ବରତା, ଶବକୁ ହେଲିକପ୍ଟର୍ରୁ ଝୁଲାଇ ଉଡ଼ାଇଲେ

କାବୁଲ: ଆଫଗାନିସ୍ତାନ କବ୍ଜା ପରେ ସୀମା ଟପିଛି ତାଲିବାନର ବର୍ବରତା। ହେଲିକପ୍ଟର୍ରେ ଶବକୁ ଝୁଲାଇ ଉଡ଼ାଇଛି। ଆମେରିକାର ବ୍ଲାକ ହକ ହେଲିକପ୍ଟରରେ ଏକ ଶବକୁ ଦଉଡ଼ି ଦ୍ୱାରା ବାନ୍ଧି ତାଲିବାନ ଆତଙ୍କବାଦୀ କାନ୍ଦାହାର ପ୍ରଦେଶରେ ଉଡ଼ାଇଛନ୍ତି। ଏହାର ଭିଡିଓ ଭାଇରାଲ ହେବାପରେ ଆମେରିକାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଣେ ଆମେରିକୀୟ ଅନୁବାଦକଙ୍କୁ ଅପହରଣ କରି ହତ୍ୟା କରିବା ପରେ ତାଲିବାନ ଆତଙ୍କବାଦୀ ଏହି ବର୍ବର କାଣ୍ଡ ଘଟାଇଛନ୍ତି। ସୂଚନାନୁଯାୟୀ, ଆମେରିକା ଚଳିତ ବର୍ଷ ୭ଟି ବ୍ଲାକ ହକ ହେଲିକପ୍ଟର ଆଫଗାନିସ୍ତାନ ସେନାକୁ ଦେଇଥିଲା। ଏବେ ସବୁ କିଛି ତାଲିବାନ କବଜାକୁ ଆସିବା ପରେ ଆତଙ୍କବାଦୀମାନେ ଗୋଟିଏ ପରେ ଗୋଟିଏ ଅମାନବୀୟ କାର୍ୟ୍ୟ କରିଚାଲିଛନ୍ତି ।