ଗାଈକୁ ଜାତୀୟ ପଶୁ ଭାବେ ଘୋଷଣା କରନ୍ତୁ ସରକାର: ଆଲ୍ଲାହାବାଦ ହାଇକୋର୍ଟ
ଗାଈକୁ ଜାତୀୟ ପଶୁ ଭାବେ ଘୋଷଣା କରନ୍ତୁ ସରକାର: ଆଲ୍ଲାହାବାଦ ହାଇକୋର୍ଟ
ଆଲ୍ଲାହାବାଦ : ଗାଈକୁ ସରକାର ଜାତୀୟ ପଶୁ ଭାବେ ଘୋଷଣା କରନ୍ତୁ। ବୁଧବାର ଜାଭେଦ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗକୁ ଖାରଜ କରି ଆଲ୍ଲାହାବାଦ କୋର୍ଟ ଏଭଳି ଟିପ୍ପଣୀ ଦେଇଛନ୍ତି। ଜାଭେଦ ଉପରେ ଗୋହତ୍ୟା ବନ୍ଦ କରିବା ଅଧିନିୟମ ୩,୫ ଓ ୮ ରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଖାରଜ କରି କୋର୍ଟ କହିଥିଲେ କି ଗୋ ରକ୍ଷା କେବଳ କୌଣସି ଧର୍ମର ଦାୟିତ୍ୱ ନୁହେଁ। ଗାଈ ଏ ଦେଶର ସଂସ୍କୃତି ଓ ଏହାର ସୁରକ୍ଷା ସବୁଧର୍ମର ଲୋକଙ୍କ ଦ୍ୱାରା ହେବା ଦରକାର।
ଜଷ୍ଟିସ୍ ଶେଖର କୁମାର ଯାଦବ ଏହି ନିଷ୍ପତ୍ତି ଶୁଣାଇବା ସହ କହିଥିଲେ କି ସରକାର ଏବେ ଏହି ସଂକ୍ରାନ୍ତରେ ସଂସଦରେ ଏକ ବିଧେୟକ ଆଣିବ ଦରକାର। ଗାଈକୁ ବି ମୂଳ ଅଧିକାର ମିଳିବା ଦରକାର। ଏବେ ସମୟ ଆସିଛି ଗାଈକୁ ରାଷ୍ଟ୍ରୀୟ ପଶୁ ଭାବେ ଘୋଷଣା କରିବାର ବୋଲି ସେ କହିଛନ୍ତି। ଏହାସହ ଗାଈକୁ ହତ୍ୟା କରୁଥିବା ବା ଗାଈମାନଙ୍କ ଉପରେ ଅତ୍ୟାଚାର କରୁଥିବା ଲୋକଙ୍କ ବିରୋଧରେ ସରକାର କଠୋର ଆଇନ ଆଣିବାର ଆବଶ୍ୟକ ରହିଛି। ସେ ଜୋର ଦେଇ କହିଛନ୍ତି କି ଯେତେବେଳ ପର୍ୟ୍ୟନ୍ତ ଦେଶରେ ଗାଈମାନଙ୍କୁ ସୁରକ୍ଷା ମିଳିନାହିଁ ସେପର୍ୟ୍ୟନ୍ତ ଦେଶର ବିକାଶ ଆଗେଇ ପାରିବ ନାହିଁ।
ନିଷ୍ପତ୍ତି ଶୁଣାଇବା ବେଳେ ଜଷ୍ଟିସ ଶେଖର ଯାଦବ କହିଥିଲେ କି ଭାରତ ଏଭଳି ଏକ ଦେଶ, ଯେଉଁଠି ବିଭିନ୍ନ ଧର୍ମର ଲୋକ ରହିଥାନ୍ତି। ଏଠାରେ ଧର୍ମ ଆଧାରରେ ପୂଜାର୍ଚ୍ଚନା କରାଯାଇଥାଏ। ହେଲେ ସମସ୍ତଙ୍କୁ ଦେଶପ୍ରତି ଗୋଟିଏ ଭାବନା ରଖିବା ଆବଶ୍ୟକ।




admin 