୨୦୦ ପୂର୍ବତନ ଏମ୍ପି ମାଡ଼ି ବସିଛନ୍ତି ବଙ୍ଗଳା
୨୦୦ ପୂର୍ବତନ ଏମ୍ପି ମାଡ଼ି ବସିଛନ୍ତି ବଙ୍ଗଳା
admin
Aug 20, 2019 - 05:40
Updated: Aug 20, 2019 - 05:40
ନୂଆଦିଲ୍ଲୀ : କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ଲୋକସଭାର ୨୦୦ରୁ ଅଧିକ ଏମ୍ପି ଦିଲ୍ଲୀରେ ସେମାନଙ୍କ ବଙ୍ଗଳା ଏପର୍ଯ୍ୟନ୍ତ ଖାଲି କରିନାହାନ୍ତି । ଫଳରେ ସରକାର ଏ ନେଥ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ୭ ଦିନ ଭିତରେ ବଙ୍ଗଳା ଖାଲି କରିବା ପାଇଁ ସୋମବାର ଲୋକସଭାର ହାଉସିଂ କମିଟି ନିର୍ଦ୍ଦେଶ ଦେଇଛନ୍ତି । କମିଟିର ଅଧ୍ୟକ୍ଷ ସି.ଆର.ପାଟିଲଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଏକ ବୈଠକ ଅନୁଷ୍ଠିତ ହୋଇ ଏଭଳି ନିଷ୍ପତ୍ତି ହୋଇଛି । ଏପରିକି ୩ ଦିନ ଭିତରେ ବିଜୁଳି, ପାଣି ଏବଂ ଗ୍ୟାସ ସଂଯୋଗ ବଙ୍ଗଳା ଗୁଡ଼ିକୁ ବିଚ୍ଛିନ୍ନ କରିବା ଲାଗି କମିଟି ନିଷ୍ପତ୍ତି ନେଇଛି । ନିୟମ ଅନୁଯାୟୀ, ଲୋକସଭା ଭଙ୍ଗ ହେବାର ୧ ମାସ ଭିତରେ ଏମ୍ପିମାନେ ସେମାନଙ୍କ ବଙ୍ଗଳା ଛାଡ଼ିବା କଥା । ଗତ ମେ ମାସ ୨୫ ତାରିଖରୁ ଷୋଡ଼ଶ ଲୋକସଭା ଭଙ୍ଗ ହୋଇ ସାରିଛି । ଏହାର ୧ ମାସ ଅର୍ଥାତ ଜୁନ୍ ୨୫ ମଧ୍ୟରେ ପୂର୍ବତନ ଏମ୍ପିମାନେ ସେମାନଙ୍କ ବଙ୍ଗଳା ଖାଲି କରିବାର ନିୟମ ରହିଛି । କିନ୍ତୁ ଏ ପର୍ଯ୍ୟନ୍ତ ୨୦୦ ରୁ ଅଧିକ ପୂର୍ବତନ ଏମ୍ପି ସେମାନଙ୍କ ବଙ୍ଗଳା ଖାଲି କରିନାହାନ୍ତି । ପୂର୍ବତନ ଏମ୍ପିମାନେ ସରକାରୀ ବଙ୍ଗଳା ଖାଲି କରିନଥିବାରୁ ନବ ନିର୍ବାଚିତ ଏମ୍ପିମାନେ ଅସ୍ଥାୟୀ ଭାବେ ଅନ୍ୟତ୍ର ରହୁଛନ୍ତି ।