ବର୍ଷା-ଅନୁଭବ ଛାଡ଼ପତ୍ର ମାମଲା, ବର୍ଷାଙ୍କ ପିଟିସନ୍ ଖାରଜ

ବର୍ଷା-ଅନୁଭବ ଛାଡ଼ପତ୍ର ମାମଲା, ବର୍ଷାଙ୍କ ପିଟିସନ୍ ଖାରଜ

ବର୍ଷା-ଅନୁଭବ ଛାଡ଼ପତ୍ର ମାମଲା, ବର୍ଷାଙ୍କ ପିଟିସନ୍ ଖାରଜ

କଟକ: କଟକ ପରିବାର ଅଦାଲତରେ ବର୍ଷାଙ୍କ ପିଟିସନ୍ ଖାରଜ ହୋଇଯାଇଛି। ଛାଡ଼ପତ୍ର ପାଇଁ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ପକ୍ଷରୁ ଦାୟର ମାମଲା ଗ୍ରହଣୀୟ ନୁହେଁ ଓ ଏହାକୁ ଖାରଜ କରାଯାଉ ବୋଲି ଦର୍ଶାଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପିଟିସନ୍ ରୁଜୁ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀର ପଟିଆଲା ହାଉସ ଅଦାଲତରୁ ସ୍ଥାନାନ୍ତର ହୋଇ କଟକ ପରିବାର ଅଦାଲତକୁ ଶୁଣାଣି ପାଇଁ ଆସିଥିବା ଅନୁଭବଙ୍କ ଛାଡ଼ପତ୍ର ଆବେଦନକୁ ବିରୋଧ କରି ବର୍ଷା ଗତ ଅଗଷ୍ଟ ୨୭ରେ ଏହି ପିଟିସନ୍ ଦାଖଲ କରିଥିଲେ । ମୂଳ ଛାଡ଼ପତ୍ର ଆବେଦନ ସହିତ ଅନୁଭବ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ କରିଥିଲେ ବର୍ଷା । ଛାଡ଼ପତ୍ର ଆବେଦନରେ ବିବାହ ସ୍ଥାନ ଦିଲ୍ଲୀ ବୋଲି ଦର୍ଶାଯାଇଥିଲା ଯାହା କି ସତ ନୁହେଁ। ଅନୁଭବ ଜଣେ ସାଂସଦ ହୋଇଥିବା ବେଳେ ଏଭଳି ମିଥ୍ୟା ସତ୍ୟପାଠ ଦାଖଲ ସଂସଦ ପ୍ରତି ଅସମ୍ମାନ। ମିଥ୍ୟା ସତ୍ୟପାଠ ଦାଖଲ ପାଇଁ ଦଣ୍ଡ ବ୍ୟବସ୍ଥା ରହିଛି ବୋଲି ବର୍ଷାଙ୍କ ପିଟିସନ୍ରେ ଉଲ୍ଲେଖ କରାଯାଇଥିଲା । ଅନ୍ୟପକ୍ଷରେ ଅନୁଭବଙ୍କ ପକ୍ଷରୁ ଏପରି ପିଟିସନକୁ ବିରୋଧ କରାଯାଇ ଦର୍ଶାଯାଇଥିଲା ଯେ ସେ କୌଣସି ତଥ୍ୟ ଲୁଚାଇ ନାହାନ୍ତି କି ମିଥ୍ୟା ସତ୍ୟପାଠ ଦେଇ ନାହାନ୍ତି । ଛାଡ଼ପତ୍ର ଆବେଦନ ଟାଇପ ସମୟରେ କେତେକ ଅନିଚ୍ଛାକୃତ ତ୍ରୁଟି ରହିଥିବା ଅନୁଭବଙ୍କ ତରଫରୁ ଦର୍ଶାଯାଇଥିଲା। ପରିବାର ଅଦାଲତ ଶୁଣାଣି କରି ବର୍ଷାଙ୍କ ପିଟିସନକୁ ଖାରଜ କରିଛନ୍ତି। ଏଥି ସହିତ ମାମଲାରେ ସାକ୍ଷ୍ୟ ଗ୍ରହଣ ପାଇଁ ସେପ୍େଟମ୍ବର ୧୪କୁ ତାରିଖ ଧାର୍ୟ୍ୟ କରିଛନ୍ତି। ଏ ନେଇ ଅନୁଭବଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଆଲୋକ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।