‘ପଦ୍ମ’ ପୁରସ୍କାରପ୍ରାପ୍ତଙ୍କୁ ମିଳିବ ମାସିକ ୧୦ ହଜାର

‘ପଦ୍ମ’ ପୁରସ୍କାରପ୍ରାପ୍ତଙ୍କୁ ମିଳିବ ମାସିକ ୧୦ ହଜାର

‘ପଦ୍ମ’ ପୁରସ୍କାରପ୍ରାପ୍ତଙ୍କୁ ମିଳିବ ମାସିକ ୧୦ ହଜାର
ଭୁବନେଶ୍ୱର : ଏଣିକି ପଦ୍ମ ପୁରସ୍କାରପ୍ରାପ୍ତ ଆର୍ଥିକ ଅନଗ୍ରସର ବ୍ୟକ୍ତିଙ୍କୁ ସହାୟତା ରାଶି ଯୋଗାଇ ଦିଆଯିବ । ନିର୍ଦ୍ଧାରିତ ମାନଦଣ୍ଡ ମୁତାବକ ଯୋଗ୍ୟ ବ୍ୟକ୍ତିଙ୍କୁ ମାସିକୁ ୧୦ ହଜାର ଟଙ୍କା ଭତ୍ତା ସ୍ୱରୂପ ପ୍ରଦାନ କରାଯିବ । ଏ ନେଇ ସଂସ୍କୃତି ବିଭାଗର ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଆର୍ଥିକ ଦୂରବସ୍ଥା ଯୋଗଁ କିଛି ପଦ୍ମ ପୁରସ୍କାରପ୍ରାପ୍ତ ପ୍ରତିଭାମାନଙ୍କ ଦୈନନ୍ଦିନ ଜୀବନ ଦୁର୍ବିସହ ହୋଇପଡ଼ିଥିବା ଖବର ସାମ୍ନାକୁ ଆସିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଖୁବ ଶୀଘ୍ର ଏହି ପ୍ରତିଭାମାନଙ୍କୁ ଯୋଗ୍ୟତା ଆଧାରରେ ଚିହ୍ନଟ କରି ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏକକ ଉଦ୍ୟମରେ ପାହାଡ଼ କାଟି ନଦୀରୁ ଗାଁକୁ ଜଳସେଚନ ବ୍ୟବସ୍ଥା କରିଥିବା ପଦ୍ମଶ୍ରୀ ଦୈତାରୀ ନାୟକଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବା ନେଇ କିଛି ଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । କେବଳ ଦୈତାରୀ ନୁହନ୍ତି ‘ରଙ୍ଗବତୀ’ ଗୀତର ନାୟକ ଜିତେନ୍ଦ୍ର ହରିପାଲଙ୍କ ଭଳି ଆହୁରି କିଛି ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କର ମଧ୍ୟ ଆର୍ଥିକ ସ୍ୱଚ୍ଛଳ ନୁହେଁ ବୋଲି ଜଣାପଡ଼ିଥିଲା । ଏ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଥିଲା । ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ବିଚାରକୁ ନେଇଥିଲେ ସରକାର । ପଦ୍ମ ପୁରସ୍କାରପ୍ରାପ୍ତ ବ୍ୟକ୍ତିତ୍ୱଙ୍କ ସମ୍ବନ୍ଧରେ ଜିଲ୍ଲାପାଳଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇଥିଲା । ଜିଲ୍ଲାପାଳଙ୍କ ଠାରୁ ମିଳିଥିବା ସୂଚନା ମୁତାବକ, ଓଡ଼ିଶାର ଏ ପର୍ଯ୍ୟନ୍ତ ୮୪ ଜଣ ପଦ୍ମ ପୁରସ୍କାର ପାଇଛନ୍ତି । ସେମାନଙ୍କ ମଧ୍ୟରୁ ୪୫ ଜଣଙ୍କ ଦେହାନ୍ତ ହୋଇଯାଇଛି । ସମ୍ପ୍ରତି ଯେଉଁମାନେ ଜୀବିତ ଅଛନ୍ତି ସେମାନଙ୍କ ମଧ୍ୟରୁ ଅଳ୍ପ କିଛି ବ୍ୟକ୍ତିଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ ବୋଲି ଜଣାପଡ଼ିଛି । ତେବେ ନିର୍ଦ୍ଦିଷ୍ଟ ଭାବେ କେତେ ଜଣ ଏଇ ଆର୍ଥିକ ସହାୟତା ପାଇବେ ବୋଲି ସେ ସମ୍ବନ୍ଧରେ ସୂଚନା ଦିଆଯାଇନାହିଁ ।