ସୌନ୍ଦର୍ଯ୍ୟ ମନ୍ତ୍ର: ଶୀତଦିନେ ତ୍ୱଚାର ଯତ୍ନ

ସୌନ୍ଦର୍ଯ୍ୟ ମନ୍ତ୍ର: ଶୀତଦିନେ ତ୍ୱଚାର ଯତ୍ନ

ସୌନ୍ଦର୍ଯ୍ୟ ମନ୍ତ୍ର: ଶୀତଦିନେ ତ୍ୱଚାର ଯତ୍ନ
ଶୀତଦିନେ ଥଣ୍ଡା ପବନ ଯୋଗୁଁ ଶରୀର ତ୍ୱଚା ଶୁଷ୍କ ହୋଇଯାଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ମଶ୍ଚରାଇଜର ସାବୁନ ଓ ମଶ୍ଚରାଇଜର କି୍ରମ ବ୍ୟବହାର କରନ୍ତୁ । ଉଷୁମ ପାଣିରେ ଅଲିଭ ଅଏଲ, ବଡି ଅଏଲ ଓ ବେବି ଅଏଲ ପକାଇ ସେହି ପାଣିରେ ଗାଧାନ୍ତୁ । ଏହା ଦ୍ୱାରା ଶରୀର ସୁସ୍ଥ ରହିବା ସହ ତ୍ୱଚା କୋମଳ ରହିଥାଏ । ସୋରିଷ ତେଲ କିମ୍ବା ନଡ଼ିଆ ତେଲ ପୂରା ଶରୀରରେ ମାଲିସ କରନ୍ତୁ । ଏହା ଦ୍ୱାରା ତ୍ୱଚା ଶୁଷ୍କ ହୋଇନଥାଏ । ଶୀତରୁ ଓଠକୁ ରକ୍ଷା କରିବା ପାଇଁ କ୍ଷୀର ସର, ଲହୁଣୀ ଓ ଘିଅ ଲଗାନ୍ତୁ । ବାହାରକୁ ବାହାରିବା ସମୟରେ ଳିପବମ୍‍ ଲଗାଇବାକୁ ଭୁଲନ୍ତୁ ନାହିଁ । ଶୀତଦିନେ ଖରାରେ ବସିବାକୁ ସମସ୍ତେ ଭଲ ପାଆନ୍ତି । ହେଲେ କେହି ସେ ସମୟରେ ତ୍ୱଚା ପ୍ରତି ନଜର ଦେଇନଥାନ୍ତି । ଏହା ଭୁଲ, ଏଣୁ ଏଥିରୁ ମୁକ୍ତି ପାଇବା ପାଇଁ ସନସ୍କି୍ରନ ଲଗାନ୍ତୁ । ଶୀତଦିନେ ପ୍ରାୟ ଲୋକେ ପାଣି ପିଇବା କମାଇ ଦେଇଥାନ୍ତି । ମାତ୍ର ଶୀତଦିନେ ପ୍ରଚୁର ପାଣି ପିଇବା ଜରୁରୀ । ଗ୍ଲିସରିନ ଅଧିକ ଶୁଷ୍କ ତ୍ୱଚା ପାଇଁ ମଶ୍ଚରାଇଜର ପରି କାମ କରିଥାଏ । ଗାଧୋଇବା ପୂର୍ବରୁ ତ୍ୱଚାରେ ଗ୍ଲିସରିନ ଲଗାଇ ଭଲ କରି ମାଲିସ କରନ୍ତୁ । ଯଦି ଏଥିପାଇଁ ସମୟ ନଥାଏ ତେବେ ମଶ୍ଚରାଇଜର କି୍ରମରରେ ଗ୍ଲିସରିନ ମିଶାଇ ଲଗାଇ ପାରିବେ । ନଡ଼ିଆ ତେଲ ତ୍ୱଚାରେ ଲଗାଇ ପାରିବେ । ରାତିରେ ଶୋଇବା ପୂର୍ବରୁ ପୂରା ଶରୀରରେ ନଡ଼ିଆ ତେଲ ମାଲିସ କରନ୍ତୁ, ଏହା ଦ୍ୱାରା ସକାଳ ପର୍ଯ୍ୟନ୍ତ ତ୍ୱଚା ନରମ ରହିବା ସହ ସୁନ୍ଦର ଦେଖାଯାଏ । ଯେଉଁମାନଙ୍କ ମୁହଁରେ ବ୍ରଣ ହେଉଥାଏ ମୁହଁକୁ ଛାଡ଼ି ପୂରା ଶରୀରରେ ନଡ଼ିଆ ତେଲ ମାଲିସ କରିପାରିବେ । ଅଲିଭ ଅଏଲ ତ୍ୱଚା ପାଇଁ ଲାଭ ଦାୟକ ହୋଇଥାଏ । ଏଥିରୁ ଭିଟାମିନ ଇ ମିଳିଥାଏ । ରାତିରେ ଶୋଇବା ସମୟରେ ଏହି ତେଲ ମାଲିସ କରନ୍ତୁ ।