ଆମେରିକାକୁ ଚୀନର ଝଟ୍କା, ୧୬ ହଜାର ବୈଜ୍ଞାନିକଙ୍କୁ ଫେରାଇ ନେଲା

ଆମେରିକାକୁ ଚୀନର ଝଟ୍କା, ୧୬ ହଜାର ବୈଜ୍ଞାନିକଙ୍କୁ ଫେରାଇ ନେଲା

ଆମେରିକାକୁ ଚୀନର ଝଟ୍କା, ୧୬ ହଜାର ବୈଜ୍ଞାନିକଙ୍କୁ ଫେରାଇ ନେଲା
ବେଜିଂ- ଚୀନ୍ ଏବେ ନିଜର ବିଜ୍ଞାନ କ୍ଷେତ୍ରକୁ ସମୃଦ୍ଧ କରିବା ପାଇଁ ବ୍ୟାପକ ଯୋଜନା ହାତକୁ ନେଇଛି । ଏହି ଯୋଜନାରେ ବିଭିନ୍ନ ରାଷ୍ଟ୍ରରେ କାର୍ଯ୍ୟ କରୁଥିବା ଚୀନ୍ର ବୈଜ୍ଞାନିକମାନେ ଏବେ ସ୍ୱଦେଶ ବାହୁଡ଼ୁଛନ୍ତି । ଆମେରିକାରେ କାର୍ଯ୍ୟରତ ୧୬ ହଜାର ବୈଜ୍ଞାନକଙ୍କୁ ଏବେ ଚୀନ୍ ଫେରାଇ ନେଇଛି । ଓହିଓ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଜାରି ଏକ ରିପୋର୍ଟରେ ଏହି ତଥ୍ୟ ପ୍ରଦାନ କରାଯାଇଛି । ୨୦୧୭ରେ ୪୫୦୦ ଚୀନା ବୈଜ୍ଞାନିକ ଆମେରିକା ଛାଡ଼ିଥିଲେ । ଏହି ସଂଖ୍ୟା ୨୦୧୦ ତୁଳନାରେ ଦୁଇଗୁଣ ଥିଲା । ୟୁରୋପୀୟ ରାଷ୍ଟ୍ରଗୁଡ଼ିକରୁ ମଧ୍ୟ ଚୀନ ବୈଜ୍ଞାନିକମାନେ ସ୍ୱଦେଶ ଫେରିଥିବା ରିପୋର୍ଟରୁ ଜଣାପଡ଼ିଛି । ଚୀନ ସରକାର ଆରମ୍ଭ କରିଥିବା ଅନେକ ବିଶାଳ ପ୍ରକଳ୍ପର ଏହି ବୈଜ୍ଞାନିକମାନଙ୍କୁ ବିୟୋଜିତ କରାଯାଉଛି ଏବଂ ସେମାନଙ୍କୁ ଅନ୍ୟ ଦେଶରେ ଯେଭଳି ଦରମା ଓ ଅନ୍ୟ ସୁବିଧା ସୁଯୋଗ ମିଳୁଥିଲା ଚୀନ ସରକାର ମଧ୍ୟ ଏବେ ତାହା ଉପଲବ୍ଧ କରାଉଛନ୍ତି ।