ମିଆଁମାର ନାମକରଣ କରିଥିବା ବର୍ଷର ପ୍ରଥମ ସାଇକ୍ଲୋନିକ ଷ୍ଟର୍ମ ତଉକ୍ତେ, ଜାଣନ୍ତୁ ଏହାର ଅର୍ଥ

ମିଆଁମାର ନାମକରଣ କରିଥିବା ବର୍ଷର ପ୍ରଥମ ସାଇକ୍ଲୋନିକ ଷ୍ଟର୍ମ ତଉକ୍ତେ, ଜାଣନ୍ତୁ ଏହାର ଅର୍ଥ

ମିଆଁମାର ନାମକରଣ କରିଥିବା ବର୍ଷର ପ୍ରଥମ ସାଇକ୍ଲୋନିକ ଷ୍ଟର୍ମ ତଉକ୍ତେ, ଜାଣନ୍ତୁ ଏହାର ଅର୍ଥ
ନୂଆଦିଲ୍ଲୀ: ବର୍ଷର ପ୍ରଥମ ସାଇକ୍ଲୋନିକ୍ ଷ୍ଟର୍ମ “ତଉକ୍ତେ” ମଙ୍ଗଳବାର ସୁଦ୍ଧା ଗୁଜୁରାଟ ଉପକୂଳରେ ପହଁଚିବାର ସମ୍ଭାବନା ରହିଛି । କରୋନା ମହାମାରୀ ସମୟରେ ଏହି ଘୂର୍ଣ୍ଣବଳୟ ବୋଝ ଉପରେ ନଳିତା ବିଡା ସମସ୍ୟା ସୃଷ୍ଟି କରୁଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆରବ ସାଗରରେ ସୃଷ୍ଟି ଏହି ଲଘୁଚାପ ବର୍ତ୍ତମାନ ଏକ ଘୂର୍ଣ୍ଣିବଳୟରେ ପରିଣତ ହୋଇଛି । ୧୬ରୁ୧୮ ମେ ମଧ୍ୟରେ ତଉକ୍ତେ ଏକ ଭୟଙ୍କର ରୂପ ଧାରଣ କରିବ । ଏହି ସାଇକ୍ଲୋନ୍ ର ନାଁ ‘ମିଆଁମାର’ ଦ୍ୱାରା ନାମିତ । ଏହା ଏକ ବର୍ମା ଶଦ୍ଧ ଏହା ଅର୍ଥ ହେଉଛି “ଉଚ୍ଚ ସ୍ୱରରେ ଭୁକୁଥିବା ଝିଟିପିଟି” । ସାଇକ୍ଲୋନ ନାମକରଣ ପାଇଁ ଏକ ପ୍ୟାନେଲ ରହିଛି । ଏହି ପ୍ୟାନେଲ୍ରେ ୧୩ଟି ଦେଶ ରହିଛି । ଏଥି ମଧ୍ୟରେ ଭାରତ, ପାକିସ୍ଥାନ, ମାଳଦ୍ୱୀପ, ବାଂଲାଦେଶ, ଥାଇଲାଣ୍ଡ, ମିଆଁମାର, ଓମାନ, ଶ୍ରୀଲଙ୍କା, ଇରାନ, କତର, ସାଉଦିଆରବ, ୟୁଏଇ, ୟେମେନ ଅନ୍ତର୍ଭୁକ୍ତ । ଗତ ବର୍ଷ ଏହି ଦେଶ ଗୁଡିକ ଦ୍ୱାରା ୧୩ଟି ନାମ ପରାମର୍ଶ ଦିଆଯାଇଥିଲା । ଏହି କାରଣରୁ ୧୬୯ ନାମର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା । ଏହି ଘୂର୍ଣ୍ଣିଝଡ ଅଧିକ ସମୟ ଧରି ରହିଥାଏ । ଯେତେ ଏକ ସମୟରେ ଏକାଧିକ ଝଡ ଆସେ ସେଗୁଡିକ ପାଣିପାଗ ବିଭାଗ ସହିତ ଜଡିତ ଥିବା ଲୋକମାନଙ୍କ ନାମରେ ନାମିତ ହୋଇଥାଏ । ଏହା ବିପର୍ଯୟ ଚେତାବନୀ ଦେବା ସହ ଭବିଷ୍ୟତରେ ପୂର୍ବ ସାଇକ୍ଲୋନକୁ ସୂଚାଇବାରେ ସହଜ କରିଥାଏ ।