ମାନ୍ଦାବସ୍ଥାକୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କରଙ୍କ ଅସ୍ୱୀକାର

ମାନ୍ଦାବସ୍ଥାକୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କରଙ୍କ ଅସ୍ୱୀକାର

ମାନ୍ଦାବସ୍ଥାକୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କରଙ୍କ ଅସ୍ୱୀକାର
ନୂଆଦିଲ୍ଲୀ:ଦେଶର ଅର୍ଥନୀତି ମାନ୍ଦାବସ୍ଥା କବଳରେ ପଡ଼ିଥିଲେ ମଧ୍ୟ ଏହାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନାହାନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ । ଏପରିକି ସେ ବଲିଉଡ଼ ସିନେମାରେ ଏବେ ହେଉଥିବା ରୋଜଗାରକୁ ଦର୍ଶାଇ ଅର୍ଥନୀତିରେ ମାନ୍ଦାବସ୍ଥା ନଥିବା ବିଷୟ ଯୁକ୍ତି ବାଢ଼ିଛନ୍ତି । ଚଳିତ ମାସ ୨ ତାରିଖରେ (ଜାତୀୟ ଛୁଟି ଦିନ) ରିଲିଜ ହୋଇଥିବା ୩ଟି ବଲିଉଡ଼ ସିନେମା ୧୨୦ କୋଟି ବ୍ୟବସାୟ କରିଥିବାରୁ ଅର୍ଥନୀତିରେ ମାନ୍ଦାବସ୍ଥା ଆସିଲା କୁଆଡ଼ୁ ବୋଲି ଓଲଟା ପ୍ରଶ୍ନ କରିଛନ୍ତି । ତେଣୁ ଅର୍ଥନୀତିରେ ସ୍ଥିତି ଭଲ ରହିଛି ବୋଲି ସେ କହିଛନ୍ତି । ଏପରିକି ୨୦୧୭ ରେ ଦେଶରେ ବେକାରି ହାର ୪୫ ବର୍ଷ ମଧ୍ୟରେ ସର୍ବନିମ୍ନ ବୋଲି ଏନଏସଏସଓର ଯେଉଁ ରିପୋର୍ଟ ଆସିଥିଲା ତାହାକୁ ସେ ଭୁଲ ବୋଲି କହିବାକୁ ପଛାଇନାହାନ୍ତି । ସେ କହିଛନ୍ତି, କିଛି ଲୋକ ସରକାରଙ୍କ ବିରୋଧରେ ଏକଜୁଟ ହୋଇ ଲୋକଙ୍କୁ ବେକାର ସ୍ଥିତି ସମ୍ପର୍କରେ ଭୂଅାଁ ବୁଲାଉଛନ୍ତି । ମୁମ୍ବାଇରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଲାଗି ଆସିଥିବା ରବିଶଙ୍କର ପ୍ରସାଦ ସାମ୍ବାଦିକମାନଙ୍କୁ ଏହା କହିଛନ୍ତି । କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ଏପରି ବିବୃତିକୁ ସମାଲୋଚନା କରାଯାଇଛି ।