ଅଜିତ ଡୋଭାଲଙ୍କୁ କ୍ୟାବିନେଟ ପାହ୍ୟା

ଅଜିତ ଡୋଭାଲଙ୍କୁ କ୍ୟାବିନେଟ ପାହ୍ୟା

ଅଜିତ ଡୋଭାଲଙ୍କୁ କ୍ୟାବିନେଟ ପାହ୍ୟା
ନୂଆଦିଲ୍ଲୀ: ସୋମବାର ମୋଦି ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ କ୍ୟାବିନେଟ ର‌୍ୟାଙ୍କ ମିଳିଛି । କେନ୍ଦ୍ର ସରକାର ଡୋଭାଲଙ୍କୁ କ୍ୟାବିନେଟ ର‌୍ୟାଙ୍କ ପ୍ରଦାନ କରିଛନ୍ତି । ଖାଲି ସେତିକି ନୁହେଁ, କ୍ୟାବିନେଟ ର‌୍ୟାଙ୍କ ସହ ଡୋଭାଲଙ୍କୁ ୫ ବର୍ଷ ପାଇଁ ନିଯୁକ୍ତି ମଧ୍ୟ ଦେଇଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ଅଜିତ ଡୋଭାଲ ୨୦୧୪ରୁ ଜାତୀୟ ସୂରକ୍ଷା ପରାମର୍ଶଦାତା ପଦବିରେ ରହି ସାରିଛନ୍ତି । ତାଙ୍କ ଅଧିନରେ ୨୦୧୬ ଉରି ସର୍ଜିକାଲ ଷ୍ଟ୍ରାଇକ ଓ ୨୦୧୯ରେ ଏୟାର ଷ୍ଟ୍ରାଇବ ହୋଇଥିଲା । ଅଜିତ ଡୋଭାଲ ୧୯୬୮ ବ୍ୟାଚର ଆଇପିଏସ ଅଫିସର ଥିଲେ । ସେ ପ୍ରଥମ ପୋଲିସ ଅଫିସର ଭାବେ ୧୯୮୮ ମସିହାରେ କିତ୍ରି ଚକ୍ର ସମ୍ମାନ ପାଇଛନ୍ତି ।