କର୍ଣ୍ଣାଟକରେ ଆସ୍ଥା ଭୋଟ

କର୍ଣ୍ଣାଟକରେ ଆସ୍ଥା ଭୋଟ

କର୍ଣ୍ଣାଟକରେ ଆସ୍ଥା ଭୋଟ
ବାଙ୍ଗାଲୋର:କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ-ଜେଡିଏସ୍ ମେଂଟ ସରକାର ଗୁରୁବାର ଆସ୍ଥା ଭୋଟ ସମ୍ମୁଖୀନ ହେବ । ଶକ୍ତି ପରୀକ୍ଷାରେ ବିଜୟଳ ନିମନ୍ତେ କୁମାରସ୍ୱାମୀ ଓ ତାଙ୍କ ମେଂଟ ସହଯୋଗୀମାନେ ବିଦ୍ରୋହୀ ବିଧାୟକମାନଙ୍କୁ ମନାଇବାକୁ ଭିତିରିଆ ଉଦ୍ୟମ ଅବ୍ୟାହତ ରଖିଥିବା ଜଣାଯାଇଛି । କୌଣସି ପରିସ୍ଥିତିରେ ସେମାନେ ଇସ୍ତଫାପତ୍ର ଫେରାଇବେ ନାହିଁ କିମ୍ବା ଆସ୍ଥା ଭୋଟ ଭୋଟରେ ଅଂଶଗ୍ରହଣ କରିବେ ନାହିଁ ବୋଲି ବିଦ୍ରୋହୀ ବିଧାୟକମାନେ ଦୃଢତାର ସହ କହିଛନ୍ତି । ତେବେ କଂଗ୍ରେସର ବିଦ୍ରୋହୀ ବିଧାୟକ ରାମଲିଙ୍ଗା ରେଡ୍ଡି ନିଜର ନିଷ୍ପତି ପରିବର୍ତନ କରିଥିବା ଜଣାଯାଇଛି । ରାମଲିଙ୍ଗା କହିଛନ୍ତି ସେ ଆସ୍ଥାଭୋଟରେ ସାମିଲ ହୋଇ ସରକାରଙ୍କ ସପକ୍ଷରେ ଭୋଟ ଦେବେ । ଅନ୍ୟପଟେ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁରପ୍ପା ସୁପ୍ରିମକୋର୍ଟଙ୍କ ରାୟ ସମ୍ବିଧାନ ଓ ଗଣତନ୍ତ୍ରର ବିଜୟ ତଥା ବିଦ୍ରୋହୀ ବିଧାୟକମାନଙ୍କର ନୈତିକ ବିଜୟ ବୋଲି ଦର୍ଶାଇଛନ୍ତି ।