ଡାଏଟିଂ କରୁଛନ୍ତି କି!

ଡାଏଟିଂ କରୁଛନ୍ତି କି!

ଡାଏଟିଂ କରୁଛନ୍ତି କି!
ଏବେ ମେଦବହୁଳତାରେ ପ୍ରାୟ ଲୋକ ଆକ୍ରାନ୍ତ ହେଉଥିବାରୁ ଓଜନ କମାଇବା ଖୁବ ଜରୁରୀ ହୋଇପଡ଼ିଛି । ଅନେକ ଅଳସୁଆମି ଯୋଗୁଁ ବ୍ୟାୟାମ କରିବା ପାଇଁ ଡାଏଟିଂ କରିଥାନ୍ତି । ଏହା ଦ୍ୱାରା ଶୀଘ୍ର ଓଜନ କମିଯିବ ଏବଂ ଚେହେରା ପତଳା ଓ ସୁନ୍ଦର ଦେଖାଯିବ ବୋଲି ସେମାନଙ୍କ ଧାରଣା ହେଲେ ସଠିକ ଭାବେ ଡାଏଟିଂ ନ କଲେ ଏହା ଉପକାର, ବଦଳରେ ଶରୀରର ଗୁରୁତର କ୍ଷତି କରିପାରେ । ବିଶେଷଜ୍ଞଙ୍କ କହିବା ଅନୁସାରେ ଡାଏଟିଂର କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ଜାଣନ୍ତୁ । ଅନେକ ଖୁବ ଶୀଘ୍ର ଓଜନ କମାଇବା ଲାଗି କ୍ରାସ ଡାଏଟିଂ କରିଥାନ୍ତି । ଏହା ଓଜନ କମାଇ ଶୀଘ୍ର ପତଳା କରିଦିଏ ହେଲେ ଏଥିରେ ଫ୍ୟାଟ କମିବା ସହ ଶରୀରର ମାଂସପେଶୀ ଏବଂ କୋଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ । ଏଗୁଡ଼ିକର ପୁନର୍ଗଠନ ପାଇଁ ବହୁ ସମୟ ଲାଗୁଥିବାରୁ ଶରୀର ଦୁର୍ବଳ ହୋଇପଡେ଼ । ସକାଳ ଜଳଖିଆ ନ କଲେ ଓଜନ କମାଯାଇପାରିବ ବୋଲି ଅନେକଙ୍କର ଧାରଣା । ତେବେ ଦ୍ୱିପ୍ରହର ଖାଦ୍ୟ ଖାଇବା ପର୍ଯ୍ୟନ୍ତ ଭୋକିଲା ରହିଲେ ଶରୀରର ଶକ୍ତି କ୍ଷୟ ହେବା ସହିତ ଦୁର୍ବଳ ଲାଗେ । ଏହା ବ୍ୟତୀତ ସକାଳେ କିଛି ଖାଇ ନଥିବାରୁ ଅଧିକ ଭୋକ କରେ ଏବଂ ଦ୍ୱିପହର ଖାଦ୍ୟରେ ବେଶୀ ଖାଇ ହୋଇଯାଏ । ଏହାକୁ ହଜମ କରିବା ଲାଗି ଶରୀର ଅଧିକ ସମୟ ନିଏ । ବିଳମ୍ବିତ ରାତି୍ରରେ ଖାଇଲେ ମୋଟାପଣ ବଢେ଼ ବୋଲି ଧାରଣା ରହିଛି । ତେବେ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ ବୋଲି ବିଶେଷଜ୍ଞ କହନ୍ତି । ରାତିରେ ଖାଦ୍ୟ ଖାଇବା ଏବଂ ଶୋଇବା ସମୟରେ ମଧ୍ୟରେ ନିଶ୍ଚିତ ଭାବେ କେଇ ଘଣ୍ଟା ବ୍ୟବଧାନ ରହିବା ଉଚିତ । ଏହା ଦ୍ୱାରା ଖାଦ୍ୟ ହଜମ ହେବାରେ ସମୟ ଲାଗିବ ଏବଂ ମେଦବହୁଳତା ହେବ ନାହିଁ । ସନ୍ଧ୍ୟା ବେଳେ କିଛି ନଖାଇଲେ ମେଦବହୁଳତା ନିୟନ୍ତ୍ରଣରେ ରହିବ ବୋଲି ଭାବିବାଭୁଲ । ଅସଲରେ ଏହି ସମୟରେ କୌଣସି ଚର୍ବି ଜାତୀୟ କିମ୍ବା ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବା ଅନୁଚିତ । ପାମ୍ପଡ, ଚିପସ, ପିଜା, ବର୍ଗର ଆଇସକି୍ରମ ଆଦି ବଦଳରେ ଫଳ, ଫଳରସ, ସାଲାଡ ଆଦି ଅନ୍ୟାନ୍ୟ ସ୍ୱାସ୍ଥ୍ୟକର ଖାଦ୍ୟକୁ ପ୍ରାଧାନ୍ୟ ଦିଅନ୍ତୁ । ଫ୍ୟାଟ୍ ବା ଚର୍ବିମୁକ୍ତ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ଭାବିବା ସମ୍ପୂର୍ଣ୍ଣ ଠିକ୍ ନୁହେଁ । ଖାଦ୍ୟରେ ମାତ୍ରାଧିକ ଚର୍ବି ନ ରହିବା ଜରୁରୀ । ଶରୀରର ଶକ୍ତି ଏବଂ ଅନ୍ୟାନ୍ୟ କାର୍ଯ୍ୟ କରିବା ଲାଗି ଆବଶ୍ୟକ ଭିଟାମିନ ଫ୍ୟାଟ ବା ଚର୍ବିରୁ ମିଳିଥାଏ । ତେଣୁ ଫ୍ୟାଟ୍ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବା ଅନୁଚିତ । ଅନେକେ ଓଜନ କମାଇବା ଲାଗି ଔଷଧ ବ୍ୟବହାର କରିବାକୁ ନିଷ୍ପତ୍ତି ନିଅନ୍ତି । ଏଗୁଡ଼ିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ସୁଷମ ଖାଦ୍ୟ ଓ ବ୍ୟାୟାମ ଦ୍ୱାରା ଓଜନ କମାଇବା ପ୍ରାକୃତିକ ଏବଂ ଉପକାରୀ ଉପାୟ ।