କେଶ ପାଚୁଥିଲେ ଏହା କରନ୍ତୁ

କେଶ ପାଚୁଥିଲେ ଏହା କରନ୍ତୁ

କେଶ ପାଚୁଥିଲେ ଏହା କରନ୍ତୁ
ଆଜିକାଲି ଛୋଟପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ୟ୍ୟନ୍ତ କେଶ ପାଚିବା ସମସ୍ୟା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଦେଉଛି । ବିଭିନ୍ନ କାରଣରୁ କେଶ ପାଚିଥାଏ । ଏହି ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକେ , ଏହାକୁ ନେଇ ବେଶ ଚିନ୍ତାରେ ପଡିଯାଆନ୍ତି । ଏଥିପାଇଁ ଅନେକ ଲୋକ ଡାକ୍ତରଙ୍କ ପରାମର୍ଶ ନେଉଥିବା ବେଳେ, ଅନେକ୍ ବିଭିନ୍ନ ପ୍ରକାରର କେମିକାଲ ଯୁକ୍ତ ପ୍ରଡକ୍ଟ ବ୍ୟବହାର କରିଥାନ୍ତି । ଯାହା ସମସ୍ତଙ୍କୁ ସୁଟ୍ କରିନଥାଏ । ତେଣୁ ଏହି ସମସ୍ୟା ପାଇଁ ନିଜର ଖାଦ୍ୟପେୟ ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ । -ପାଳଙ୍ଗ ଶାଗରେ ପ୍ରଚୁର ପରିମାଣରେ ଆଇରନ୍ ଏବଂ ଫଲିକ୍ ଏସିଡ ରହିଥାଏ । ଏହାକୁ ପ୍ରତିଦିନ ନିଜ ଖାଦ୍ୟ ତାଲିକାରେ ସାମିଲ କରିବା ଦ୍ୱାରା କେଶ ପାଚିବା ସମସ୍ୟା ଦୂର କରିବାରେ ଏହା ସାହାଯ୍ୟ କରେ । -ବ୍ରୋକ୍‌ଲି ସ୍ୱାସ୍ଥ୍ୟ ପାଇଁ ବହୁତ୍ ଉପକାରୀ ହୋଇଥାଏ । ଏହା ସହିତ ଏଥିରେ ଥିବା ଫଲିକ୍ ଏସିଡ୍ କେଶ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ । ଉପଯୁକ୍ତ ବୟସ ହେବା ପୂର୍ବରୁ କେଶ ପାଚୁଥିଲେ , ଏହାକୁ ପ୍ରତିଦିନ ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା , କେଶ ପାଚିବା ସମସ୍ୟାକୁ ଏହା ଦୂର କରିଥାଏ