ଟିକାର ସବୁ ଡୋଜ ନେଇଥିବା ଲୋକଙ୍କୁ ବି ଆକ୍ରାନ୍ତ କରିବ କରୋନାର ନୂଆ ଭାରିଆଣ୍ଟ ବିଏଫ.୭
ଟିକାର ସବୁ ଡୋଜ ନେଇଥିବା ଲୋକଙ୍କୁ ବି ଆକ୍ରାନ୍ତ କରିବ କରୋନାର ନୂଆ ଭାରିଆଣ୍ଟ ବିଏଫ.୭
ନୂଆଦିଲ୍ଲୀ : କରୋନା ଭୂତାଣୁର ସ୍ପାଇକ୍ ପ୍ରୋଟିନରେ ଏକ ସ୍ୱତନ୍ତ୍ର ମ୍ୟୁଟେଶନ ଦ୍ୱାରା ଓମିକ୍ରନର ସଂକ୍ରାମକ ଭାରିଆଣ୍ଟ ବିଏଫ୍.୭ ସୃଷ୍ଟି ହୋଇଛି । ଏହି ମ୍ୟୁଟେଶନ ହେଉଛି ଆର୍ ୩୪୬ଟି । ବିଏଫ.୭ର ପୂରା ନାମ ବିଏ.୫.୫.୨.୧.୭ । ବିଶେଷଜ୍ଞଙ୍କ ମତରେ ଏହି ମ୍ୟୁଟେଶନ ଯୋଗୁଁ ବିଏଫ.୭ ଉପରେ ଆଣ୍ଟିବଡିର ପ୍ରଭାବ ପଡୁନାହିଁ । ଅର୍ଥାତ ଟିକାର ସମସ୍ତ ଡୋଜ୍ ନେଇଥିବା ବ୍ୟକ୍ତି ମଧ୍ୟ ଏଥିରେ ସଂକ୍ରମିତ ହୋଇପାରିବେ । ଆଦ୍ୟାବଧି କରୋନାର ସମସ୍ତ ଭାରିଆଣ୍ଟ ମଧ୍ୟରୁ ବିଏଫ.୭ ସବୁଠାରୁ ଅଧିକ ସଂକ୍ରାମକ ବୋଲି କୁହାଯାଉଛି ।
ଏହାର ରିପ୍ରଡକ୍ସନ ଭାଲ୍ୟୁ ଅଧିକ ଥିବାରୁ ବିଏଫ.୭ରେ ଆକ୍ରାନ୍ତ ବ୍ୟକ୍ତି କମ୍ ସମୟରେ ଅନ୍ୟମାନଙ୍କୁ ସଂକ୍ରମିତ କରିପାରିବେ । ବିଏଫ.୭ର ଆରଓ ମୂଲ୍ୟ ୧୦ରୁ ୧୮.୬ । ଅର୍ଥାତ ଜଣେ ବ୍ୟକ୍ତି ହାରାହାରି ୧୦ରୁ ୧୮ ଜଣଙ୍କୁ ସଂକ୍ରମିତ କରିପାରିବେ । ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା କିମ୍ବା ଅନ୍ୟ ଜଟିଳ ରୋଗରେ ପୀଡିତ ବ୍ୟକ୍ତି ଶୀଘ୍ର ଏଥିରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି । ଅକ୍ଟୋବର ସୁଦ୍ଧା ଆମେରିକାରେ ମୋଟ କରୋନା ମାମଲାର ୫୫ରୁ ଅଧିକ ହେଉଛି ବିଏଫ.୭ ।
ସେହିପରି ବ୍ରିଟେନରେ ମୋଟ ସଂକ୍ରମିତଙ୍କ ସଂକ୍ରମିତଙ୍କ ମଧ୍ୟରୁ ୭.୨୬%ଙ୍କ ଠାରେ ଏହି ସବଭାରିଆଣ୍ଟଚିହ୍ନଟ ହୋଇଛି । ଚୀନରେ ଏହି ଭାରିଆଣ୍ଟ ଯୋଗୁ ସଂକ୍ରମଣ ତୀବ୍ରଗତିରେ ମାଡିଚାଲିଛି ମହାମାରୀ । ବିଶେଷଜ୍ଞଙ୍କ ମତରେ, ଚୀନରେ ଆଗାମୀ ୩ମାସରେ ୮୦ କୋଟିରୁ ଅଧିକ ଲୋକ ଆକ୍ରାନ୍ତ ହେବେ ଏବଂ ୨୦୨୩ରେ ୧୦ଲକ୍ଷରୁ ଉଦ୍ଧ୍ୱର୍ ଲୋକଙ୍କ ମୃତ୍ୟୁ ଘଟିବ ।