ଚଳିତ ବର୍ଷ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ

ଚଳିତ ବର୍ଷ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ

ଚଳିତ ବର୍ଷ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ
ଭୁବନେଶ୍ୱର : ଚଳିତ ବର୍ଷ ଭାରତର ଅଧିକାଂଶ ଅଞ୍ଚଳରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ମାର୍ଚ୍ଚରୁ ମେ’ ପର୍ୟ୍ୟନ୍ତ ପାରଦ ଉପରମୁହାଁ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଓଡ଼ିଶାର ପଶ୍ଚିମାଞ୍ଚଳ ଓ ଛତିଶଗଡ଼ରେ ଚଳିତ ବର୍ଷ ଭୀଷଣ ଖରା ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନରୁ ଜଣାପଡ଼ିଛି। ଚଳିତ ବର୍ଷ ଫେବୃଆରୀ ଶେଷ ସପ୍ତାହରୁ ଓଡ଼ିଶାରେ ଭୀଷଣ ଖରା ହେଉଛି। ବିଶେଷକରି ଭୁବନେଶ୍ବର ଓ ଅନୁଗୋଳରେ ପାରଦ ୪୦ଡିଗ୍ରୀ ଟପି ସାରିଲାଣି। ଲା ନିନା ପ୍ରଭାବରେ ଭାରତରେ ମେ’ ମାସ ପର୍ୟ୍ୟନ୍ତ ଏପରି ଗ୍ରୀଷ୍ମ ଲହରୀ ଜାରି ରହିବ। ସେହିପରି ରାଜ୍ୟରେ ତାପମାତ୍ରା ହଠାତ ବୃଦ୍ଧି ପାଇବ। କେତେକ ଜିଲାରେ ଦିନର ତାପମାତ୍ରାରେ ୫ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଖୋର୍ଦ୍ଧା, କଟକ, ଅନୁଗୋଳ, ବୌଦ୍ଧ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ନୟାଗଡ଼ ଜିଲା ପାଇଁ ଏହାକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କରାଯାଇଛି। ଦିନ ବେଳା ଘରୁ ବାହାରକୁ ଯାଉଥିଲେ ସତର୍କ ରହିବାକୁ ଭାରତୀୟ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ସେହିପରି ଜରୁରୀ କାମ ନ ଥିଲେ ଘରୁ ନ ବାହାରିବା ପାଇଁ ଲୋକଙ୍କୁ କୁହାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ତିନି ଦିନ ତଳେ ସ୍ୱତନ୍ତ୍ର ରିଲିଫ୍ କମିସନର ସବୁ ଜିଲାପାଳଙ୍କୁ ଚିଠି ଲେଖି ସତର୍କତା ଅବଲମ୍ବନ କରିବାକୁ କହିଥିଲେ। ଗ୍ରୀଷ୍ମ ପ୍ରବାହ ଜନିତ ଅସୁସ୍ଥତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା,ସଚେତନତା କାର୍ୟ୍ୟରେ ସାମାଜିକ ସଂସ୍ଥାକୁ ସାମିଲ ଲାଗି ପରାମର୍ଶ ଦିଆଯାଇଥିଲା। ସେହିପରି ଜଳାଭାବ ସମ୍ଭାବନା ଥିବା ସ୍ଥାନଗୁଡ଼ିକୁ ଚିହ୍ନଟ ଲାଗି ଚିଠିରେ ପରାମର୍ଶ ଦେଇଥିଲେ ସ୍ୱତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା।