ତହସିଲଦାରଙ୍କୁ ଗାଳିଗୁଲଜ କରି ବାବା ଗିରଫ

ତହସିଲଦାରଙ୍କୁ ଗାଳିଗୁଲଜ କରି ବାବା ଗିରଫ

ତହସିଲଦାରଙ୍କୁ ଗାଳିଗୁଲଜ କରି ବାବା ଗିରଫ
ବାଲେଶ୍ୱର: ବାଲେଶ୍ୱର ନୀଳଗିରି ତହସିଲଦାର ଓ କିରାଣୀଙ୍କୁ ଗାଳିଗୁଲଜ କରିବା ପଡିଲା ମହଙ୍ଗା । ସଂପୃକ୍ତ ବାବା କମଳ ଲୋଚନ ମଲ୍ଲିକଙ୍କୁ ଗିରଫ କରିଛି ପୋଲିସ । ପଞ୍ଚଲିଙ୍ଗେଶ୍ୱର ମହୋତ୍ସବ ପାଇଁ ସେହି ଅଞ୍ଚଳର କମଲ ଲୋଚନ ମଲ୍ଲିକ ଓରଫ କମଲ ବାବା ତହସିଲଦାରଙ୍କ ଅନୁମତି ମାଗିଥିଲେ । କିନ୍ତୁ କୋଭିଡ ସଂକ୍ରମଣ ଫେରିବା ସହ ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିବା ପରେ କମିଟିକୁ ଅନୁମତି ଦିଆଯିବ ବୋଲି ନୀଳଗିରି ତହସିଲଦାର କହିଥିଲେ । ପରେ କମଲ ଲୋଚନ ଉତକ୍ଷିପ୍ତ ହୋଇ ଗାଳି ଗୁଲଜ କରିବା ଆରମ୍ଭ କରିଥିଲେ । ଏପରିକି ମହିଳା କିରାଣୀଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ । ଏନେଇ ତହସିଲଦାର ସଂପୃକ୍ତ ବାବଙ୍କ ନାଁରେ ନୀଳଗିରି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ବାବାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।