ଘର ମାଲିକଙ୍କୁ ନିଶା ଦେଇ ଲୁଟ

ଘର ମାଲିକଙ୍କୁ ନିଶା ଦେଇ ଲୁଟ

ଘର ମାଲିକଙ୍କୁ ନିଶା ଦେଇ ଲୁଟ
ମାଲକାନଗିରି: ଲୁଟେରାମାନେ ଭିନ୍ନ ଭିନ୍ନ ଷ୍ଟାଇଲରେ ଲୁଟ କରିବାର ତରିକା ଆପଣେଇଛନ୍ତି । କେଉଁଠି ଅସ୍ତ୍ରଶସ୍ତ୍ର ଦେଖାଇ ଲୁଟୁଛନ୍ତି ତ କେଉଁଠି ନିଶା ଦେଇ ଲୁଟୁଛନ୍ତି । ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ମାଲକାନଗିରିରେ । ସଦରମହକୁମା ବିବିଗୁଡାରେ ଅଭିନବ ଉପାୟରେ ଲୁଟ କରିଛି ଭଡାଟିଆ । ଅଭିନବ ଉପାୟରେ ମିଠାରେ ନିଶା ଦେଇ ଘରେ ଭଡାଟିଆ କଳାକନା ବୁଲାଇ ନେଇଛି ନିଜ ଘର ମାଲିକଙ୍କ ଠାରୁ । ସୁନା ବ୍ୟବସାୟୀଙ୍କ ଘରୁ ୩୫ ଲକ୍ଷର ଗହଣା ଓ ନଗଦ ୨ଲକ୍ଷ ଟଙ୍କା ଲୁଟ୍ କରି ନେଇଛି ଲୁଟେରା । ସଂପୃକ୍ତ ସୁନା ବ୍ୟବସାୟୀଙ୍କ ଘରେ ଉକ୍ତ ଯୁବକ ଜଣକ ଭଡାରେ ରହୁଥିଲା । ଚାକିରି ହେବା କହି ଘର ମାଲିକ ସମେତ ପଡୋଶୀଙ୍କୁ ମିଠା ବାଂଟିଥିଲା । ମିଠା ଖାଇ ସମସ୍ତେ ଅଚେତ ହେବା ପରେ କଳାକନା ବୁଲାଇ ଭଡାଟିଆ ଫେରାର ହୋଇଥିବା ଜଣାପଡିଛି ।