ଆଜି ପ୍ରକାଶ ପାଇବ ଯୁକ୍ତ୨ କଳା ଓ ବାଣିଜ୍ୟ ଫଳ

ଆଜି ପ୍ରକାଶ ପାଇବ ଯୁକ୍ତ୨ କଳା ଓ ବାଣିଜ୍ୟ ଫଳ

ଆଜି ପ୍ରକାଶ ପାଇବ ଯୁକ୍ତ୨ କଳା ଓ ବାଣିଜ୍ୟ ଫଳ
ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗ ପରୀକ୍ଷା ଫଳ ଜୁନ ୨୧ ପ୍ରକାଶ ପାଇବ । ଭୁବନେଶ୍ୱର ଜୟଦେବ ଭବନ ପରିସରରେ ଥିବା ଗୀତଗୋବିନ୍ଦ ସଦନରେ ଅପରାହ୍ନ ୩ ଟା ୩୦ ମିନିଟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ । ଏହା ପରେ ପରୀକ୍ଷାର୍ଥୀମାନେ ‘www.chseodisha.nic.in’ ଓ ‘www.orissaresults.nic.in’ ମାଧ୍ୟମରେ ସେମାନଙ୍କର ରେଜଲ୍ଟ ଜାଣିପାରିବେ । ରେଜଲ୍ଟ ଜାଣିବା ଲାଗି ପରୀକ୍ଷାର୍ଥୀଙ୍କୁ ରୋଲ ନମ୍ବର ଓ ରେଜିଷ୍ଟ୍ରେସନ ନମ୍ବରର ଆବଶ୍ୟକତା ରହିଛି । ୱେବସାଇଟରେ ଉଭୟ ନମ୍ବର ଦାଖଲ ନ କଲେ ପରୀକ୍ଷା ଫଳ ବାହାରିବ ନାହିଁ ବୋଲି ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଚଳିତ ବର୍ଷ କଳାରେ ୨ ଲକ୍ଷ ୩୫ ହଜାର ୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ବାଣିଜ୍ୟରେ ୨୭ ହଜାର ଓ ଧନ୍ଦାମୂଳକ ଶିକ୍ଷାରେ ମାତ୍ର ୬ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଜୁନ ୩ ରେ ପ୍ରକାଶ ପାଇଥିବା ବିଜ୍ଞାନ ବିଭାଗ ପାସହାର ହ୍ରାସ ପାଇଥିଲା । ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିବା, କପି ଯାଞ୍ଚକୁ କଡ଼ାକଡ଼ି କରିବା ଦ୍ୱାରା ପାସ୍ ହାର କମିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ ଓ ପରିଷଦର ଅଧିକାରୀମାନେ କହିଥିଲେ । ତେଣୁ ବିଜ୍ଞାନ ପରି କଳା ଓ ବାଣିଜ୍ୟ ବିଭାଗରେ ବି ଅନୁରୂପ ଭାବେ ପାସ୍ହାର କମିବ ବୋଲି ଏବେ ଆଶଙ୍କା ପ୍ରକାଶ ପାଇଛି ।