ଘରେ ପଶି ବୃଦ୍ଧାଙ୍କୁ ହତ୍ୟା ପରେ ଲୁଟ

ଘରେ ପଶି ବୃଦ୍ଧାଙ୍କୁ ହତ୍ୟା ପରେ ଲୁଟ

ଘରେ ପଶି ବୃଦ୍ଧାଙ୍କୁ ହତ୍ୟା ପରେ ଲୁଟ

ବୈପାରୀଗୁଡ଼ା : କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାରେ ଅଭାବନୀୟ ଘଟଣା । ଘରେ ପଶି ଜଣେ ବୃଦ୍ଧାଙ୍କୁ ହତ୍ୟା ପରେ ଟଙ୍କା-ସୁନା ଲୁଟିନେଲେ ଦୁର୍ବୃତ୍ତ ।  ମୃତକ ବିରୋଖମ୍ବ ସାହିର ଲକ୍ଷ୍ମଣ ଗୌଡଙ୍କ ୭୨ ବର୍ଷୀୟ ସ୍ତ୍ରୀ ଅନ୍ନପୂର୍ଣ୍ଣା ଗୌଡ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଅନ୍ନପୂର୍ଣ୍ଣା ଗୌଡା ନିଜ ଘରେ ଏକୁଟିଆ ରହୁଥିଲେ । ଗତ କିଛି ଦିନ ହେଲା ତାଙ୍କ ମୋବାଇଲ୍‌ ବନ୍ଦ ଥିବା ବେଳେ ଝିଅ ରୁନୁଗୌଡ ଘର ସମ୍ମୁଖରେ ଛିଡା ହୋଇ ବାରମ୍ବାର ଡାକିଥିଲେ । ହେଲେ କୌଣସି ଉତ୍ତର ପାଇନଥିଲେ । ଶେଷରେ ବାଧ୍ୟ ହୋଇ ପଡୋଶୀ ଲୋକଙ୍କ ସହାୟତାରେ ତାଲା ଭାଙ୍ଗ ଘର ଭିତରକୁ ପଶିଥିଲେ । ତେବେ ଘର ଭିତରେ ଦେଖିବା ବେଳେ ମାଆଙ୍କ ମୃତଦେହ ଖଟ ଉପରେ ପଡିରହିଛି ।


ସେପଟେ ଆଲମାରୀ ଖୋଲା ଥିବା ବେଳେ ଘରର ଆସବାବପତ୍ର ଫିଙ୍ଗା ହୋଇପଡିଛି । ଘରୁ ସୁନା, ରୂପା, ଗହଣା ଆଦି ଆବଶ୍ୟକ କାଜଗପତ୍ର ଗାଏବ ରହିଛି । ଏପିରିକିବ୍ୟାଙ୍କ ପାସ୍‌ବୁକ୍, ଫିକ୍ସଡ୍‌ ଡିପୋଜିଟ୍‌ ପେପର ମଧ୍ୟ ଚୋରି ହୋଇଥିବା ଜଣାପଡିଛି । ଅନ୍ନପୂର୍ଣ୍ଣାଙ୍କୁ ହତ୍ୟା କରି ଦୁର୍ବୃତ୍ତମାନେ ଟଙ୍କା ସୁନା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ଝିଅ ରୁନୁ । ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।