ନୟାଗଡ଼ ଓ କୋରାପୁଟ ଜିଲ୍ଲାପାଳ ବଦଳିଲେ

ନୟାଗଡ଼ ଓ କୋରାପୁଟ ଜିଲ୍ଲାପାଳ ବଦଳିଲେ

ଭୁବନେଶ୍ୱର: ନୟାଗଡ଼ ଓ କୋରାପୁଟ ଜିଲ୍ଲାପାଳଙ୍କ ସମେତ ରାଜ୍ୟ ସରକାର ଆଇଏଏସ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି । ୨୦୦୪ ବ୍ୟାଚ ଆଇଏଏସ ନିରଞ୍ଜନ ସାହୁଙ୍କୁ ଶ୍ରମ କମିସନର ଭାବେ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ସେ ଉଚ୍ଚଶିକ୍ଷା ନିଦେ୍ର୍ଧଶକ ଥିଲେ ଓ ଅତିରିକ୍ତ ଭାବେ ଏହି ଦାୟିତ୍ୱ ନିର୍ବାହ କରୁଥିଲେ । ୨୦୦୭ ବ୍ୟାଚ୍ ଆଇଏଏସ୍ ତଥା ପୌର ପ୍ରଶାସକ ସଂଗ୍ରାମଜିତ ନାୟକଙ୍କୁ ଭୁବନେଶ୍ୱର ମହାନଗର ନିଗମ ପ୍ରଶାସନ ଭାବେ ଅତିରିକ୍ତ ଦାୟି୍ତ୍ୱ ଦିଆଯାଇଛି । ସେହି ବ୍ୟାଚର ଆଇଏଏସ ତଥା ସାମାଜିକ ସୁରକ୍ଷା ନିଦେ୍ର୍ଧଶକ ସୁଶାନ୍ତ ମହାପାତ୍ରଙ୍କୁ ସ୍ୱାସ୍ଥ୍ୟ ବିଭାଗରେ ଅତିରିକ୍ତ ଶାସନ ସଚିବ ଭାବେ ବଦଳି କରାଯାଇଛି । ୨୦୦୯ ବ୍ୟାଚ୍ ଆଇଏଏସ୍ ଏନ୍ ତିରୁମାଲ୍ଲା ନାୟକ ମଧ୍ୟ ନିଦେ୍ର୍ଧଶକ ଭାବେ ନୂଆ ନିଯୁକ୍ତି ପାଇଛନ୍ତି । ପୂର୍ବରୁ ସେ ନୟାଗଡ଼ ଜିଲ୍ଲାର ଜିଲ୍ଲାପାଳ ଥିଲେ । କୋରାପୁଟ ଜିଲ୍ଲାପାଳ ପୁମା ଟୁଡୁଙ୍କୁ ନୟାଗଡ଼ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ବରିଷ୍ଠ ଓଏଏସ ଅଫିସର ତଥା ମାର୍କଫେଡ ପରିଚାଳନା ନିଦେ୍ର୍ଧଶକ ମଧୁସୂଦନ ମିଶ୍ରଙ୍କୁ କୋରାପୁଟ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ୨୦୧୬ ବ୍ୟାଚ୍ ଆଇଏଏସ୍ ଏସ୍.ଡି ଭାଉସାହେବଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି ।