ସୋମବାର କେନ୍ଦୁଝର ଯିବେ ମୁଖ୍ୟମନ୍ତ୍ରୀ
ସୋମବାର କେନ୍ଦୁଝର ଯିବେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୩ ତାରିଖ କେନ୍ଦୁଝର ଜଲ୍ଲା ଗସ୍ତରେ ଆସୁଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଚଳଚଞ୍ଚଳ ହୋଇ ଉଠିଛି କେନ୍ଦୁଝର । ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଧରଣୀଧର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଶୁଭାରମ୍ଭ, ବୋଦାପଳସାସ୍ଥିତ ଧରଣୀଧର ସ୍ପୋର୍ଟସ କମ୍ପେ୍ଲକ୍ସ ଲୋକାର୍ପଣ, ହାଡବନ୍ଧ ପୋଖରୀ ଲୋକାର୍ପଣ, ବଳଦେବଜିଉ ମନ୍ଦିର ଭୋଗ ମଣ୍ଡପ ଲୋକାର୍ପଣ, ଅଡିଟିରିୟମ୍ ଲୋକାର୍ପଣ ସହିତ ଯୋଡା, ବଡବିଲ, ଆନନ୍ଦପୁର ଆଦି ବିଭିନ୍ନ ଅଞ୍ଚଳରେ ଅନେକ ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ଶିଳାନ୍ୟାସ କାର୍ୟ୍ୟକ୍ରମ ରହିଥିବା ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ପ୍ରଦାନ କରିଛନ୍ତି । ମେଡିକାଲ କଲେଜ ନିକଟ ପଡିଆରେ ସାଧାରଣ ସଭାରେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ଏହି ଅବସରରେ ହିତାଧିକାରୀଙ୍କୁ ରେଟ୍ରୋ ଫିଟେଡ ସ୍କୁଟର ବଣ୍ଟନ,ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ, ମିଶନ ଶକ୍ତି ଏସଏଚଜିଙ୍କୁ ବିନା ସୁଧରେ ଋଣ ପ୍ରଦାନ ଏବଂ ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କାର୍ୟ୍ୟକ୍ରମ ରହିଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି ।




admin 