ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି

ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି

 ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି
ସମ୍ବଲପୁର: ରାଜ୍ୟରେ ମୈାସୁମୀ ସକ୍ରିୟ ହେବା ସହ ଲଘୁଚାପ ସୃଷ୍ଟି ଓ ଟ୍ରପ ଲାଇନ ପ୍ରଭାବରେ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଛି । ଓଡ଼ିଶାରେ ମୈସୁମୀ ପ୍ରଭାବରେ ବର୍ଷା ଲାଗିରହିଛି । ଫଳରେ ବର୍ଷା ପାଣି ଦ୍ୱାରା ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଲଗାଣ ବର୍ଷା କାରଣରୁ ଏହା ଆଜି ଦିନ ୯ଟା ସୁଦ୍ଧା ଜଳପତ୍ତନ ୫୯୯.୨୩ ଫୁଟରେ ରହିଛି । ଯାହା ଆଗାମୀ ଦିନରେ ବର୍ଷାର ପରିମାଣ ବୃଦ୍ଧି ହେଲେ ବିପଦ ସୃଷ୍ଟି କରିବ । ବର୍ତ୍ତମାନ ସୁଦ୍ଧା କୈାଣସି ବିପଦ ନଥିବା ଜଣାପଡ଼ିଛି । ଉପରମୁଣ୍ଡରେ ବର୍ଷାସ୍ଥିତିକୁ ଦେଖି ଜଳ ନିଷ୍କାସନ ପାଇଁ ଗେଟ ଖୋଲାଯିବ । ନିକଟରେ ମୈାସୁମୀ ଦୁର୍ବଳ ହୋଇପଡ଼ିଥିବା କାରଣରୁ ସମ୍ବଲପୁର ଉପରମୁଣ୍ଡରେ ଆଶାନୁରୂପ ବର୍ଷା ହୋଇନଥିଲା । ଫଳରେ ଜଳଭଣ୍ଡାରର ଜଳସ୍ତର କମ ହୋଇଯାଇଥିଲା । ଯାହା ଦ୍ୱାରା ବିଦ୍ୟୁତ ଉତ୍ପାଦନରେ ଅସୁବିଧା ଦେଖାଦେବା ଆଶଙ୍କା ରହିଥିଲା ।