ସ୍ୱାଧୀନ ପ୍ରାର୍ଥୀରେ ଲଢ଼ିବେ ଜାକବ ପ୍ରଧାନ

ସ୍ୱାଧୀନ ପ୍ରାର୍ଥୀରେ ଲଢ଼ିବେ ଜାକବ ପ୍ରଧାନ

ସ୍ୱାଧୀନ ପ୍ରାର୍ଥୀରେ ଲଢ଼ିବେ ଜାକବ ପ୍ରଧାନ
ବାଲିଗୁଡ଼ା: କଂଗ୍ରେସରୁ ଟିକେଟ ନମିଳିବାରୁ ଆଜି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ଜି.ଉଦୟଗିରି ବିଧାୟକ ଜାକବ ପ୍ରଧାନ। ଜି.ଉଦୟଗିରିରୁ ବିଧାୟକ ପ୍ରାର୍ଥୀଭାବେ ଶ୍ରୀ ପ୍ରଧାନ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନ ଭରିଛନ୍ତି । କଂଗ୍ରେସ ପ୍ରକାଶ କରିଥିବା ପ୍ରାର୍ଥୀ ତାଲିକାରେ ଜି.ଉଦୟଗିରି ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିନଥିଲା। ଯାହାକୁ ନେଇ ଜାକବଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଗତକାଲି ସନ୍ଧ୍ୟା ବେଳେ କଂଗ୍ରେସ ପ୍ରକାଶ କରିଥିବା ପ୍ରାର୍ଥୀ ତାଲିକାରେ ଜାକବଙ୍କ ନାଁ ନଥିଲା। ଟିକେଟ କଟିବା ପରେ ସେ କହିଥିଲେ, ଦଳର ନିର୍ବାଚନ ବିପର‌୍ୟ୍ୟୟ ବେଳେ ମୁଁ ଜିତି କଂଗ୍ରେସର ମର‌୍ୟ୍ୟାଦା ରଖିଥିଲି। ପ୍ରଦୀପ ମାଝୀ ମୋ ବିରୋଧରେ ମିଥ୍ୟା ରିପୋର୍ଟ ଦେଇ ଟିକେଟ କାଟିଲେ। ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହେଉଛି। ସୁଚନାଯୋଗ୍ୟଯେ, ଜି ଉଦୟଗିରି ବିଧାୟକ ଜାକବ ପ୍ରଧାନଙ୍କୁ କଂଗ୍ରେସ ଟିକେଟ ଦେଇନାହିଁ । ତାଙ୍କ ସ୍ଥାନରେ ଘନଶ୍ୟାମ ପ୍ରଧାନଙ୍କୁ ଟିକେଟ ମିଳିଛି । ଅପରପକ୍ଷରେ ରାଉରକେଲାରେ ଦଳ ବୀରେନ ସେନାପତିଙ୍କୁ ପ୍ରାର୍ଥୀ କରିଥିବାବେଳେ ପାଟଣାଗଡ଼ରେ ରମେଶ ପୁରୋହିତଙ୍କୁ ଟିକେଟ ଦେଇଛି । ସେହିପରି ହିଞ୍ଜିଳିରେ ଶମ୍ଭୁନାଥ ପାଣିଗ୍ରାହୀଙ୍କୁ ଟିକେଟ ମିଳିଛି । ପୂର୍ବରୁ ରାଉରକେଲାରେ କଂଗ୍ରେସ ମୁକ୍ତିକାନ୍ତ ମଣ୍ଡଳଙ୍କୁ ପ୍ରାର୍ଥୀ କରିଥିଲା । ତେବେ ମୁକ୍ତିକାନ୍ତଙ୍କ ଭୋଟର ତାଲିକାରେ ନାମ ନଥିବାରୁ ତାଙ୍କୁ ବଦଳାଇ ଦିଆଗଲା । ସେହିପରି ମୁକ୍ତିକାନ୍ତ ମଧ୍ୟ ନିର୍ବାଚନ ଲଢ଼ିବାକୁ ଚାହୁଁନଥିଲେ । ଅପରପକ୍ଷରେ ହିଞ୍ଜିଳିରୁ ପୂର୍ବରୁ ଶମ୍ଭୁନାଥ ପାଣିଗ୍ରାହୀଙ୍କୁ ଦଳ ପ୍ରାର୍ଥୀ କରିଥିଲା ।