ମୁଁ ବିଜେପି କର୍ମୀ:ରାଜସ୍ଥାନ ରାଜ୍ୟପାଳ

ମୁଁ ବିଜେପି କର୍ମୀ:ରାଜସ୍ଥାନ ରାଜ୍ୟପାଳ

ମୁଁ ବିଜେପି କର୍ମୀ:ରାଜସ୍ଥାନ ରାଜ୍ୟପାଳ
ନୂଆଦିଲ୍ଲୀ:ରାଜ୍ୟପାଳ ଭଳି ସାମ୍ବିଧାନିକ ପଦରେ ରହିବା ସତ୍ୱେ ବିଜେପି ସପକ୍ଷରେ ପ୍ରଚାର କରିଛନ୍ତି ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହ । ଶ୍ରୀ ସିଂହ କହିଛନ୍ତି ଯେ ଆମେ ସମସ୍ତେ ବିଜେପି କର୍ମୀ । ଆମେ ଚାହୁଁ ବିଜେପି ଆଗାମୀ ନିର୍ବାଚନରେ ବିଜୟ ହେଉ ଓ ନରେନ୍ଦ୍ର ମୋଦି ପୁର୍ନବାର ପ୍ରଧାନମନ୍ତ୍ରୀ ହୁଅନ୍ତୁ । ମୋଦୀ ପ୍ରଧାନମନ୍ତ୍ରୀ ହେବା ଦେଶ ପାଇଁ ଜରୁରୀ ଆବଶ୍ୟକ । କଲ୍ୟାଣ ସିଂହ ୧୯୯୧ରୁ ୧୯୯୨ ପର୍ଯ୍ୟନ୍ତ ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ । ୨୦୦୯ରେ ସେ ମଧ୍ୟପ୍ରଦେଶରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ବର୍ତମାନ ସେ ରାଜ୍ୟସ୍ଥାନର ରାଜ୍ୟପାଳ ରହିଛନ୍ତି ।