ଚାଇନା ସାମଗ୍ରୀ ଆମଦାନୀ ବନ୍ଦ ଦାବି

ଚାଇନା ସାମଗ୍ରୀ ଆମଦାନୀ ବନ୍ଦ ଦାବି

ନୂଆଦିଲ୍ଲୀ : ହୋଲିରୁ ଚାଇନା ସାମଗ୍ରୀ ଆମଦାନୀ ବନ୍ଦ ଚାପରେ ମୋଦି ସରକାର ଓ କେନ୍ଦ୍ରମନ୍ତ୍ରୀ କଲେ ଦାବି କଲେ ।ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ମୁଖ୍ୟ ମସୁଦ୍ ଆଝାରଙ୍କୁ ଆତଙ୍କବାଦୀ ଘୋଷଣା ପାଇଁ ଭାରତର ପ୍ରସ୍ତାବକୁ ଜାତିସଂଘରେ ଚାଇନା ବାଧା ଦେଇଛି । ଚାଇନା ସାମଗ୍ରୀ ଆମଦାନୀ ହୋଲିଠାରୁ ବନ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀ ହରସିମ୍ରତ କୌର ବାଦଲ ଦାବି କରିଛନ୍ତି। ଏହାଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଚାପରେ ଥିବା କୁହାଯାଉଛି। ଚାଇନା ଭାରତ ସହିତ ଛଳନା କରିଥିବାରୁ ଏଭଳି ପ୍ରତିବନ୍ଧକ ଲଗାଯିବା ଉପରେ ସମସ୍ତେ ଆଗେଇ ଆସିବା ଆବଶ୍ୟକ ବୋଲି କହିଛନ୍ତି କୌର। ସର୍ବଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ମାର୍ଚ୍ଚ ୧୯ରେ ଚାଇନା ସାମଗ୍ରୀ ଜଳାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିରେ ୭୦ ନିୟୁତ ବ୍ୟବସାୟୀ ଯୋଗଦେବାର କାର୍ୟ୍ୟକ୍ରମ ରହିଛି।