ବାଲେଶ୍ବରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର

ବାଲେଶ୍ବରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର

ବାଲେଶ୍ବରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର

ବାଲେଶ୍ବର: ବାଲେଶ୍ବରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଆଜି ଦ୍ବିତୀୟ ଦିନ ଗସ୍ତରେ ଚାନ୍ଦିପୁର ସମୁଦ୍ରକୂଳ ପରିଦର୍ଶନ କରିଛନ୍ତି । ସମୁଦ୍ରକୂଳ ସୌନ୍ଦର୍ୟ୍ୟକରଣ, କୂଳ ସଂରକ୍ଷଣ, ପଥର ପେକି, ବାଇପାସ୍ ରୋଡ ନିର୍ମାଣ ଆଦି ଉନ୍ନୟନ ମୂଳକ କାମର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ଏଥିସହିତ ବାଲେଶ୍ବରରେ ନିର୍ମାଣ ଚାଲିଥିବା ଫକୀର ମୋହନ ସରକାରୀ ମେଡିକାଲ କଲେଜର ନୂଆ ବିଲ୍ଡିଂ, ୩୦୦ ଶଯ୍ୟା ବିଶିଷ୍ଟ ଓ୍ବାର୍ଡ ବୁଲି କାମର ଅନୁଧ୍ୟାନ କରିବେ ।

ସେହିପରି ଭୋଗରାଇ ଗସ୍ତ କରି ତାଳସାରି ସମୁଦ୍ରକୂଳ ସୌନ୍ଦର୍ୟ୍ୟକରଣ, ବିଶିଷ୍ଟ ସାହିତ୍ୟିକ ସ୍ବର୍ଗତ ମନୋଜ ଦାସ ସ୍ମୃତିପୀଠ ପରିଦର୍ଶନ କରି ଉନ୍ନୟନମୂଳକ ପ୍ରସ୍ତାବ ଓ କାର୍ୟ୍ୟକାରିତା ଉପରେ ଜିଲ୍ଲା ଅଧିକାରୀ ଓ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବେ ।