ଏହି ସ୍ଥାନରେ କଂଚା ମାଛ ଖିଆଯାଏ ।

ଏହି ସ୍ଥାନରେ କଂଚା ମାଛ ଖିଆଯାଏ ।

ଏହି ସ୍ଥାନରେ କଂଚା ମାଛ ଖିଆଯାଏ ।
ରସିଆର ଉତ୍ତରାଞ୍ଚଳରେ ଅବସ୍ଥିତ ୟାକୁତିୟାର ଲୋକେ ଶୀତ ଋତୁରେ କଞ୍ଚା ମାଛ ଖାଆନ୍ତି । ସ୍ଥାନୀୟ ଭାଷାରେ ଏହାର ନାମ ‘ସ୍ତ୍ରୋଜାନିନା’ । ଡିସେମ୍ବର-ଫେବ୍ରୁଆରୀ ମଧ୍ୟରେ ରସିଆନ ଭୋଜନାଳୟରେ ‘ସ୍ତ୍ରୋଜାନିନା’ ମିଳେ । ରସିଆନମାନେ ଭୋଦକା ପାନୀୟ ସହ ‘ସ୍ତ୍ରୋଜାନିନା’ ଖାଆନ୍ତି । ସୁମେରୁ ଅଞ୍ଚଳର ନଦୀ ଗୁଡ଼ିକ ଧଳା ସାଲମାନ, ସିସକୋ ଓ ସ୍ତରଜିଅନ ମାଛଙ୍କ ବାସସ୍ଥାନ । ଶୀତ ଋତୁରେ ନଦୀର ଉପର ସ୍ତର ବରଫ ପାଲଟି ଯାଉଥିଲେ ହେଁ ତଳେ ପାଣି ରହେ । ସେହି ପାଣିରେ ମାଛ ବଞ୍ଚିପାରନ୍ତି । ସାରା ଶୀତଋତୁ ସେଗୁଡ଼ିକ ନିସ୍ତେଜ ରହନ୍ତି । ନଦୀର ଉପର ସ୍ତରର ବରଫରେ କଣା କରି ମାଛ ଧରାଯାଏ । ବରଫ ଭିତରେ ଦଶରୁ ବାର ଘଣ୍ଟା ରଖିଦେଲେ, ମାଛ ବରଫ ପାଲଟିଯାଏ । ଜୀବନ୍ତ ମାଛ ବରଫ ପାଲଟିଯିବା ପରେ କାଟି ଲୁଣ ଓ ଗୋଲମରିଚ ଦ୍ରବଣରେ କିଛି ସମୟ ବୁଡ଼ାଇ ରଖାଯାଏ । ତାହା ପରେ କଞ୍ଚା ମାଛ ଖିଆ ଯାଏ । ୟାକୁତିଆନମାନେ ହୋର୍ଟଲେବରି ନାମକ ଲାଲ ଓ ସବୁଜ ରଙ୍ଗର ଜଙ୍ଗଲୀ କୋଳି ସହ ତଟକା ‘ସ୍ତ୍ରୋଜାନିନା’ ଖାଇବାକୁ ପସନ୍ଦ କରନ୍ତି ।