ପାକିସ୍ତାନ ଏଜେଣ୍ଟକୁ ଓଟିପି ସେୟାର କରି ୩ ଗିରଫ

ପାକିସ୍ତାନ ଏଜେଣ୍ଟକୁ ଓଟିପି ସେୟାର କରି ୩ ଗିରଫ

ଭୁବନେଶ୍ୱର  : ପାକିସ୍ତାନ ଏଜେଣ୍ଟକୁ ଓଟିପି ସେୟାର କରିବା ଘଟଣା । ତିନି ଜଣଙ୍କୁ ଗିରଫ କଲା ଏସଟିଏଫ୍ । ଆଇଟିଆଇ ଟିଚର୍ ସମେତ ଦୁଇ ଜଣଙ୍କୁ ଗିରଫ କରିବା ସହିତ ଏମାନଙ୍କ ନିକଟରୁ ବିପୁଳ ପରିମାଣର ସାମଗ୍ରୀ ଜବତ ହୋଇଛି ।

ଖବର ଅନୁଯାୟୀ, ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ୧୯ଟି ନାମୀଦାମୀ ମୋବାଇଲ ଫୋନ, ୪୭ ଟି ସିମ୍ କାର୍ଡ, ୬୧ଟି  ଏଟିଏମ୍ କାର୍ଡ , ୨୧ଟି ସିମ କଭର । ଆଇଟିଆଇ ଟିଚର ପଠାଣି ସାମନ୍ତ ଲେଙ୍କା , ସରୋଜ କୁମାର ନାୟକ , ଅନ୍ୟ ଜଣେ ସୌମ୍ୟ ପଟ୍ଟନାୟକ ରହିଛନ୍ତି । ଦୁଇଜଣ ନୟାଗଡ଼ରୁ ହୋଇଥିବା ବେଳେ ଅନ୍ୟ ଜଣେ ଯାଜପୁରର ବୋଲି ଜଣାପଡିଛି । ପାକିସ୍ତାନ ଏଜେଣ୍ଟ ଆଇଏସଆଇକୁ ଦେଉଥିଲେ ଓଟିପି  । ପାକିସ୍ଥାନ ଏଜେଣ୍ଟ ଆଇଏସ୍‌ଆଇକୁ ଓଟିପି ଦେଇ ତିନି ଓଡ଼ିଆ ଗିରଫ । ଆଇଟିଆଇ ଇଞ୍ଜିନିୟର ସହ ଦୁଇଜଣଙ୍କୁ ବନ୍ଧିଲା ଏସ୍‌ଟିଏଫ୍‌ ।